ପିଲାମାନେ ଟିକା ନେବା ପରେ ପାରାସିଟାମଲ ଖାଇବା ମନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବାବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏହିଭଳି ଘଡିସନ୍ଧି ସମୟରେ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି । ଏହି ସମୟ ମଧ୍ୟରେ ସରକାର ବୁଷ୍ଟର ଡୋଜ୍ ଦେବା ସହ ପିଲାଙ୍କୁ ଟିକାକରଣ ଉପରେ ଗୁରୁ ତ୍ୱ ଦେଉଛନ୍ତି । ବର୍ତ୍ତମାନ ୧୫ରୁ ୧୮ବର୍ଷ ବୟସର ପିଲାମାନଙ୍କ ଟିକାକରଣ ଚାଲିଛି ।
ତେବେ ପିଲାମାନେ ଟିକା ନେବା ପରେ ପାରାସିଟାମଲ ଖାଇବାକୁ ମନା କରାଯାଇଛି । କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋକେ କହିଛି ଯେ, ୧୫ରୁ ୧୮ବର୍ଷ ବୟସର ପିଲାମାନେ ଟିକା ନେବା ପରେ, ସେମାନଙ୍କୁ କୌଣସି ପ୍ରକାର ପେନକିଲର କିମ୍ବା ପରାସିଟାମଲ୍ ଦେବା ଉଚିତ୍ ନୁହେଁ ।
ହାଇଦ୍ରାବାଦ ଭିତ୍ତିକ କପନୀ ଭାରତ ବାୟୋଟେକ୍ ଏକ ବିବୃତ୍ତି ଜାରି କରି କହିଛି ଯେ, ‘ଆମେ ଜାଣିବାକୁ ପାଇଛୁ ଯେ କେତେକ ଟିକାକେନ୍ଦ୍ରରେ ପିଲାମାନଙ୍କୁ ଟିକାଦାନ ପରେ , ୫୦୦ମିଳଇଗ୍ରର ୩ଟି ପାରାସିଟାମଲ ଟାବଲେଟ୍ ପ୍ରଦାନ କରାଯାଉଛି । ଯାହା ପରାମର୍ଶ ଦିଆଯାଇ ନାହିଁ ।
୩୦୦୦୦ ଲୋକଙ୍କ ଉପରେ ଏକ କ୍ଲିନିକାଲ ପରୀକ୍ଷଣକୁୁ ଦର୍ଶାଇ ଭାରତ ବାୟୋଟେକ୍ କହିଛି ଯେ, ପ୍ରାୟ ୧୦-୨୦ପ୍ରତିଶତଙ୍କ ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସାମାନ୍ୟ । ଏଥଇପାଇଁ କୌଣସି ଔଷଧ ନେବା ଆବଶ୍ୟକ ପଡିନଥାଏ ।
ବିଶେଷ କରି କୋଭାକ୍ସିନ ଟିକା ନେବା ପରେ ପାରାସିଟାମଲ ନେବା ଉଚିତ୍ ନୁହେଁ ବୋଲି ଭାରତ ବାୟୋଟେକ୍ କହିଛି । ତେଣୁ ପିଲାମାନଙ୍କୁ କୋଭାକ୍ସିନ ନେବା ପରେ ସାମାନ୍ୟ ଜ୍ୱର ହୋଇପାରେ, ମାତ୍ର ସେମାନଙ୍କୁ ପାରାସିଟାମଲ ବା ପେନକିଲର ଦେବା ଆବଶ୍ୟକ ନାହିଁ ।
Powered by Froala Editor