ବିଷାକ୍ତ ଗ୍ୟାସ ଲିକ ହୋଇ ୬ ମୃତ, ୨୦ରୁ ଅଧିକ ଗୁରୁତର
ଗୁଜୁରାଟ: ଗୁଜୁରାଟର ସୁରତରେ ଘଟିଛି ଏକ ଲୋମଟାଙ୍କୁରା ଅଘଟଣ । ଗୁରୁବାର ଦିନ ସକାଳୁ ସଚିନ ଜିଆଇଡ଼ିସି ଏରିଆ ନିକଟରେ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ ହୋଇ ୬ ଜଣଙ୍କର ମୃତୁ୍ୟ ହେବାସହ ୨୦ ରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହୋଇପଡ଼ିଛି ।
ଗ୍ୟାସ ଲିକ ହେବା ପରେ ଆଖପାଖ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା । ଲୋକମାନେ ଚେତା ହରାଇବା ଆରମ୍ଭ କରିଥିଲେ । ସେମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
Powered by Froala Editor