ମହିଳାମାନେ କାହିଁକି ଅଧିକ ସେନ୍ସିଟିଭ୍?
କୌଣସି ଯନ୍ତ୍ରଣା ବା ଦରଦ କଥା ଉଠିଲେ, ମହିଳାମାନେ ସେଥିପ୍ରତି ଅଧିକ ସମ୍ବେଦନଶୀଳ ହେଉଥିବା ଆମେ ଜାଣିଛେ । ତେବେ ଅନେକ ଲୋକ ଚିନ୍ତା କରୁଥାଇପାରନ୍ତି ଯେ,ପୁରୁଷମାନଙ୍କ ଅପେକ୍ଷା ସେମାନଙ୍କ ମାତୃହୃଦୟ କୋମଳ ହୋଇଥିବା କାରଣରୁ ସେମାନେ ଏପରି ସମ୍ବେଦନଶୀଳତା ପ୍ରଦର୍ଶନ କରୁଛନ୍ତି ।
ମାତ୍ର ସେମାନଙ୍କ ଶାରୀରିକ ଗଠନ ହିଁ ସେମାନଙ୍କୁ ଏପରି ମହନୀୟ କରିପାରିଛି ବୋଲି ବୈଜ୍ଞାନିକମାନେ ଜାଣିପାରିଛନ୍ତି । ସାଧାରଣତଃ ଯନ୍ତ୍ରଣା ଏକ ଜଟିଳ ଅନୁଭବ ଯାହା ଶରୀରର ଅନେକ ଉପାଦାନ ଉପରେ ନିର୍ଭର କରିଥାଏ । ଆମର ସ୍ନାୟୁ ପ୍ରଣାଳୀ ଯନ୍ତ୍ରଣାର ସୂଚନାକୁ ସଂକେତ ଆକାରରେ କିପରି ପ୍ରେରଣ କରୁଛି ଓ ଗ୍ରହଣ କରୁଛି ଏବଂ ଆମର ମସ୍ତିଷ୍କ ତାହାକୁ କିପରି ପରିଚାଳନା କରୁଛି, ତାହା ଉପରେ ଯନ୍ତ୍ରଣାର ଭୀଷଣତା ଜଣାପଡିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ସ୍ନାୟୁ ସାନ୍ଦ୍ରତା(ନିର୍ଦ୍ଧିଷ୍ଟ ପରିମିତ ଅଞ୍ଚଳରେ ଉପଲବ୍ଧ ସ୍ନାୟୁତନ୍ତୁ) ପ୍ର୍ରାୟ ଦୁଇ ଗୁଣ ରହିଥାଏ । ସୁତରାଂ ସେମାନଙ୍କର ଯନ୍ତ୍ରଣା ଅନୁଭବ କରିବା ଗୁଣ ଅତି କ୍ଷିପ୍ର ହୋଇଥାଏ । ତେଣୁ ସେମାନେ ସମାନ ଯନ୍ତ୍ରଣାକୁ ପୁରୁଷଙ୍କ ଅପେକ୍ଷା ଅଧିକ ଅନୁଭବ କରିଥା’ନ୍ତି । ସେଥିିଯେଗୁଁ ସେମାନଙ୍କର ଅନୁରୂପ ମନସ୍ତାତ୍ତ୍ୱିକ ପ୍ରତିକ୍ରିୟା ମଧ୍ୟ ଅଧିକ ହୋଇଥାଏ, ଯେପରିକି ସାମାନ୍ୟ କଷ୍ଟରେ ମଧ୍ୟ ସେମାନେ ଅଧିକ ବ୍ୟସ୍ତ ବିବ୍ରତ ହୋଇପଡିଥା’ନ୍ତି ।
ଅନ୍ୟପଟେ ସେହି କାରଣରୁ ମଧ୍ୟ, ସେମାନେ ଅଧିକ ସହନଶୀଳ । କାରଣ କୌଣସି ଯନ୍ତ୍ରଣାକୁ ସମ୍ଭାଳିବା ପାଇଁ ମସ୍ତିଷ୍କ ପଠାଇଥିବା ସଂକେତ ଅଧିକ ସ୍ନାୟୁ ସାନ୍ଦ୍ରତା ଯୋଗୁଁ ମହିଳାମାନେ ଅଧିକ ଗ୍ରହଣ କରିଥାନ୍ତି ।
Powered by Froala Editor