ବ୍ଲାକବେରି ସ୍ମାର୍ଟାଫୋନ୍ ସବୁଦିନ ପାଇଁ ଅଚଳ
ନୂଆଦିଲ୍ଲୀ: ଏକଦା ବିଶ୍ୱର ଚର୍ଚ୍ଚର୍ିତ ବ୍ୟକ୍ତିମାନେ ବ୍ୟବହାର କରୁଥିବା ସ୍ମାର୍ଟାଫୋନ୍ ବ୍ଲାକବେରି ସବୁଦିନ ପାଇଁ ଅଚଳ ହୋଇଯାଇଛି । କଂପାନିର ନିଜସ୍ୱ ଅପରେଟିଂ ସିଷ୍ଟମରେ ଚାଲୁଥିବା ବ୍ଲାକବେରି ଫୋନଗୁଡ଼ିକୁ ସପୋର୍ଟ ବନ୍ଦ ହୋଇଛି । ତେଣୁ ସେଗୁଡ଼ିକ ଆଉ ଚାଲିବ ନାହିଁ । ଏକଦା ବିଶ୍ୱର ଧନୀ ବ୍ୟକ୍ତି, ରାଜନେତା, ସେଲିବ୍ରିଟି, ବଡ଼ ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀ ଏବଂ ଯୁବପିଢ଼ିଙ୍କ ହାତରେ ଏହି ଫୋନ୍ ଦେଖିବାକୁ ମିଳୁଥିଲା । ବ୍ଲାକବେରି ଫୋନ ଏକ ଆଭିଜାତ୍ୟର ପ୍ରତୀକରେ ପରିଣତ ହୋଇଥିଲା । ତାହାର କି’ ବୋର୍ଡ ଆକର୍ଷଣର ପ୍ରମୁଖ ବିଷୟ ଥିଲା । ତେବେ ଆମେରିକୀୟ କଂପାନି ଆପଲର ଆଇଫୋନ୍ ବିକ୍ରି ବଢ଼ିବା ଏବଂ ସୁଲଭ ମୂଲ୍ୟରେ ଆଣ୍ଡ୍ରଏଡ୍ ଫୋନ୍ ମିଳିବା ପରେ ବ୍ଲାକ୍ବେରିର ଚାହିଦା ହ୍ରାସ ପାଇଥିଲା ।
ବ୍ୟବସାୟ ଭଲ ନହେବାରୁ ୨୦୧୬ରେ କାନାଡାରେ ଏହି ସଂସ୍ଥା ଉତ୍ପାଦନ ବନ୍ଦ କରିଥିଲା । ଟିସିଏଲକୁ ଉତ୍ପାଦନ ଦାୟିତ୍ୱ ଦେଇ ନିଜେ କେବଳ ସଫ୍ଟଓୟାର ଓ ଲାଇସେନ୍ସ ପ୍ରଦାନ କରିଥିଲା । ୨୦୨୦ ପର୍ଯ୍ୟନ୍ତ ଫୋନ୍ ଯୋଗାଇବାକୁ ଉଭୟ ସଂସ୍ଥା ମଧ୍ୟରେ ଚୁକ୍ତି ହୋଇଥିଲା । ଚୁକ୍ତି ଅବଧି ଶେଷ ହେବା ସହ ବ୍ଲାକବେରି ଫୋନର ମୃତୁ୍ୟ ହୋଇଛି । ଯେଉଁ ବ୍ଲାକବେରି ଫୋନଗୁଡ଼ିକରେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ରହିଛି ତାହା ଚାଲିବ । ସେହି ଫୋନଗୁଡ଼ିକୁ କଂପାନି ଚଳିତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ସପୋର୍ଟ କରିବ ।
Powered by Froala Editor