ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ
ଛତିଶଗଡ଼ର ବାସିନ୍ଦା ୨୩ ବର୍ଷୀୟ ଚାରୁ ପାଣ୍ଡେଙ୍କ କାହାଣୀ ପ୍ରତ୍ୟେକ ଯୁବକଙ୍କ ପାଇଁ ପ୍ରେରଣା ପାଲଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଚାରୁ ପାଣ୍ଡେ SSC CGL, SSC CPO, SSC CHSL, SSC MTS, SSC GD, IBPS Clerk, IBPS PO, SBI Clerk, ଏବଂ SBI PO ଭଳି ଅନେକ ପ୍ରମୁଖ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ଉପରେ, ସେ ୧୯ଟି ସରକାରୀ ପରୀକ୍ଷାରେ ସଫଳ ହୋଇଛନ୍ତି। ଏତେ କମ୍ ବୟସରେ ଏତେ ସଂଖ୍ୟକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏକ ଉଲ୍ଲେଖନୀୟ ସଫଳତା।
ଚାରୁ ପାଣ୍ଡେଙ୍କ ଯାତ୍ରା ସହଜ ନଥିଲା। ଅନେକ ପରୀକ୍ଷାରେ ତାଙ୍କର ଫଳାଫଳ ସେତେଟା ଭଲ ନଥିଲା, କିନ୍ତୁ ସେ କେବେ ହାର ମାନି ନଥିଲେ। ପ୍ରତ୍ୟେକ ବିଫଳତା ପରେ, ସେ ତାଙ୍କର ଭୁଲ ବୁଝିପାରିଲେ ଏବଂ ତାଙ୍କ ପ୍ରସ୍ତୁତିକୁ ଆହୁରି ଉନ୍ନତ କଲେ। ଆଉ ଏହା ତାଙ୍କର ସବୁଠାରୁ ବଡ଼ ଶକ୍ତି ପାଲଟିଲା।
ଧିରେ ଧୀରେ, ତାଙ୍କର କଠିନ ପରିଶ୍ରମ ଫଳ ଦେବାକୁ ଲାଗିଲା, ଏବଂ ସେ ଗୋଟିଏ ପରେ ଗୋଟିଏ ଅନେକ ସରକାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ଲାଗିଲେ। ଚାରୁ ପାଣ୍ଡେଙ୍କ ସଫଳତା ମୁଖ୍ୟତଃ ତାଙ୍କର ଧ୍ୟାନ, ସମୟ ପରିଚାଳନା ଏବଂ ସ୍ଥିର କଠିନ ପରିଶ୍ରମ ଯୋଗୁଁ ହୋଇଛି । ଚାରୁ ପାଣ୍ଡେ ବର୍ତ୍ତମାନ ଚେନ୍ନାଇର CAG ବିଭାଗରେ କାର୍ଯ୍ୟରତ।
Powered by Froala Editor