ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପାକ୍ ର ନରସଂହାର। ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ଦେଖାଯାଉଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସାମରିକ ଲଢ଼ୁଆ ବିମାନ ଗତକାଲି ରାତିରେ ଆଫଗାନ ବାୟୁସୀମା ଉଲ୍ଲଂଘନ କରିଛି। ପାକିସ୍ତାନୀ ସାମରିକ ବାହିନୀ ଆଫଗାନ ସୀମାବର୍ତ୍ତୀ ଅଞ୍ଚଳରେ ସାଧାରଣ ଲୋକଙ୍କ ଘରଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ବୋମାମାଡ଼ କରିଛି। ଏପର୍ଯ୍ୟନ୍ତ ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାକିସ୍ତାନୀ ସାମରିକ ବାହିନୀର ଏହି ଆକ୍ରମଣରେ ବହୁତ କ୍ଷତି ହୋଇଛି। ଏପର୍ଯ୍ୟନ୍ତ ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି, ଯାହାକୁ ଆଫଗାନ ପ୍ରଶାସନ ସହିଦ ଘୋଷଣା କରିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ନିରୀହ ଶିଶୁ। ଆକ୍ରମଣରେ ୧୧ ଶିଶୁ, ଜଣେ ମହିଳା ଏବଂ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଆକ୍ରମଣରେ ମହିଳା ଏବଂ ଶିଶୁ ସମେତ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି।
Powered by Froala Editor