ମା’ ର ଗର୍ଭରେ ବଢ଼ିଲେ ଯାଆଁଳା ଶିଶୁ, ହେଲେ ଜନ୍ମ ସମୟ ଅନ୍ତର ରହିଗଲା ଏକ ବର୍ଷ
ନୂଆଦିଲ୍ଲୀ: ଏକ ସଙ୍ଗରେ ମା’ ର ଗର୍ଭରେ ବଢ଼ିଲେ, କିଛି କ୍ଷଣ ଅନ୍ତରରେ ଜନ୍ମ ନେଲେ ହେଲେ ଅନ୍ତର ରହିଗଲା ଏକ ବର୍ଷ । ଜଣେ ୨୦୨୧ ରେ ଜନ୍ମ ହୋଇଥିବା ବେଳେ ଅନ୍ୟ ଶିଶୁ ଟି ୨୦୨୨ ରେ ଦୁନିଆର ଆଲୋକ ଦେଖିଲା । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ ପସନ୍ଦର ବିଷୟ ସାଜିଛି । ଏ ପୋଷ୍ଟ ଟି ଯୁକ୍ତରାଷ୍ଟ୍ର ଆମେରିକା ରେ ଥିବା ନାଟିଭିଡାଡ ମେଡିକାଲ ସେଣ୍ଟର ପକ୍ଷରୁ ନିଜ ଫେସବୁକ୍ ପେଜରେ ପୋଷ୍ଟ କରାଯାଇଛି।
ଏହି ଦୁଇ ଶିଶୁ ଆଲିନ ଟ୍ରୁଜିଲୋ ଏବଂ ଆଲଫେଡେ଼ା ଟ୍ରୁଜିଲୋ ଙ୍କ ମା’ ଫାତିମା କହିଛନ୍ତି, ଏହା ମୋ ପାଇଁ ଏକ ବିଶେଷ କଥା ଯେ ପ୍ରଥମେ ସେମାନେ ଯାଆଁଳା ଏବଂ ଦ୍ୱିତୀୟରେ ସେମାନେ ଭିନ୍ନ ଦିନରେ ଜନ୍ମ ହୋଇଥିଲେ । ମୁଁ ଆଶ୍ଚର୍ଯ୍ୟ ଏବଂ ଖୁସି ଯେ ପ୍ରଥମେ ମୋ ପୁଅ ଓ ପରେ ମୋ ଝିଅ ରାତି ଅଧରେ ଜନ୍ମ ହେଲା ।
ହସ୍ପିଟାଲ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଛୁଆ ସୁସ୍ଥ ଅଛନ୍ତି। ଉଭୟଙ୍କ ମଧ୍ୟରେ ୧୫ ମିନିଟ୍ର ଅନ୍ତର ଅଛି। ତେଣୁ ଗୋଟିଏ ଛୁଆର ଜନ୍ମ ୨୦୨୧ ମସିହାରେ ହୋଇଥିବା ବେଳେ ଆଉ ଜଣଙ୍କ ଜନ୍ମ ୨୦୨୨ରେ ହୋଇଛି।
ଏହାକୁ ନେଇ ୟୁଜର ବି ଖୁବ୍ କମେଣ୍ଟ କରୁଛନ୍ତି। ଜଣେ ୟୁଜର କମେଣ୍ଟ କରିଛନ୍ତି, ଦୁହେଁ ଯାଆଁଳା ହୋଇଥିବା ବେଳେ ସେମାନଙ୍କ ଜନ୍ମ ଭିନ୍ନ ଦିନ, ମାସ ଓ ବର୍ଷରେ ହୋଇଛି। ଅନ୍ୟ ଜଣେ ଏହା ଖୁବ୍ ବିଚିତ୍ର ବୋଲି ଟ୍ୱିଟ କରିଛନ୍ତି।
Powered by Froala Editor