ଏହିସବୁ କାମ କଲେ ହୋଇପାରିବେନି ବାପା
![ଏହିସବୁ କାମ କଲେ ହୋଇପାରିବେନି ବାପା](https://odishanewslens.com/news_gallery/946_1619515149.jpg)
ପୁରୁଷମାନେ ସବୁବେଳେ ଏମିକି କିଛି ନା କିଛି କାମ କରିଥାନ୍ତି ଯାହାଦ୍ବାରା ବିବାହ ପରେ ବାପା ହେବାର ସୁଖ ସେମାନଙ୍କୁ ମିଳିନଥାଏ। ଏହି ଭୁଲ ପାଇଁ ସ୍ପର୍ମ ସଂଖ୍ୟା କମ ତିଆରି ହେବାକୁ ଲାଗେ ଏହା ସହିତ ତାଙ୍କର ସକ୍ରିୟତା ମଧ୍ୟ ହେବାକୁ ଲାଗିଥାଏ।
ଗବେଷଣାରୁ ଜଣାପଡ଼ିଛି ଯେ, ୫୦ ପ୍ରତିଶତ ଜୀବନସାଥୀ ବାପା ମା ହୋଇପାରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ଏମିତି କଣ କାରଣ ରହିଛି ଯେଉଁଥିପାଇଁ ପୁରୁଷମାନେ ବାପା ହେବାର ଖୁସିକୁ ହରାଇ ବସନ୍ତି।
ଜଙ୍କ୍ ଫୁଡର ସେବନ କରନ୍ତୁ ନାହିଁ। ଏହା ହେଉଛି ଜୀବନରେ ବାପା ନ ହେବାର ସବୁଠୁ ବଡ଼ କାରଣ। ରାସାୟନିକ ତେଲ ଯେଉଁଥିରେ ଫାଷ୍ଟ ଫୁଡ୍ ତିଆରି ହେଉଛି। ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।
ଟାଇଟ୍ ଜିନ୍ସ ପିନ୍ଧିବା ଉଚିତ୍ ନୁହେଁ। ସିଗେରେଟ୍ ଓ ନିଶା ଦ୍ରବ୍ୟ ସେବନ କରିବା ଉଚିତ୍ ନୁହେଁ। ଏହାକୁ ସେବନ କରିବା ଦ୍ବାରା ହରମୋନ୍ ଲେବଲ୍ ବଢ଼ିଯାଇଥାଏ ଆଉ ସ୍ପର୍ମ ସଂଖ୍ୟା କମିଯାଇଥାଏ।
ଅଧିକ ଟେନସନରେ ରହିବା ଭଲ ନୁହେଁ। କାରଣ ଟେନସନ୍ ଦ୍ବାରା ହର୍ମୋନ୍ର ସନ୍ତୁଳନ ବିଗିଡି ଯିବା ସହିତ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇପାରିନଥାଏ।
ଗୋଡ ଉପରେ ଅଧିକ ସମୟ ଲାପଟପ୍ ରଖନ୍ତୁ ନାହିଁ। ସୋୟା ଉତ୍ପାଦ ମଧ୍ୟ ଅଧିକ ମାତ୍ରରେ ଖାଆନ୍ତୁ ନାହିଁ।
Powered by Froala Editor