ପାଣି ଛୁଇଁଲେ ପଥର ହେଇଯିବ ମଣିଷ!
ପାଣି ଛୁଇଁଲେ ପଥର ହେଉଛନ୍ତି ମଣିଷ,ଭୈତିକ କାରଣକୁ ନେଇ ହେଉଛି ଚର୍ଚ୍ଚା ରହସ୍ୟ ଘେରରେ ରହିଛି ବିଶ୍ୱର ରହସ୍ୟମୟୀ ହ୍ରଦ । ହ୍ରଦର ପାଣି ଛୁଇଁଲେ ପଥର ପାଲଟି ଜାଉଛି ମଣିଷ ହେଉକି ପକ୍ଷୀ କିମ୍ବା କିଟପତଙ୍ଗ । ଉତ୍ତର ତାନଞ୍ଜାରିୟା ରେ ଥିବା ଏହି ହ୍ରଦର ନିକଟରେ କୌଣସି ଜନବସତିର କିଛି ଚିହ୍ନବର୍ଣ୍ଣ ବି ନାହିଁ । ତେବେ ଏହି ବିପଦଜ୍ଜନକ ହ୍ରଦକୁ ନିଟରନ ହ୍ରଦ କୁହାଯାଏ । ହ୍ରଦ ଚାରିପାଖେ ଅନେକ ପଶୁ ଓ ପକ୍ଷୀଙ୍କର ପଥର ମୂର୍ତ୍ତୀ ପଡ଼ି ରହିଛି । ତେଣୁ ଏହି ନେଟରନ ହ୍ରଦ ସହିତ ଭୈତିକ ଶକ୍ତି ଜଡ଼ିତ ବୋଲି ମଧ୍ୟ ଚର୍ଚ୍ଚା ହୁଏ । ଏବେ ମଧ୍ୟ ସେଠି ପଥର ହୋଇ ପଡ଼ିଥିବା ଜିବଜନ୍ତୁଙ୍କୁ ଦେଖିବାକୁ ମିଳେ ।
ଏହି ଅଭିଶପ୍ତ ହ୍ରଦ ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ନେଟରନ ଏକ ଏପରି ହ୍ରଦ ଯେଉଁ ପାଣି ରେ ଭରିରହିଛି ସୋଡ଼ିଅମ୍ କାର୍ବୋନେଟ୍ ଓ ଏହି ପାଣି ରେ ସମାନ ପରିମାଣରେ ରହିଛି ଆଲକାଲାଇକ ଓ କେମୋନିଆ ।
ଇଜିପଟ ରେ ମମି ବହୁ ଦିନ ପାଇଁ ସୁରକ୍ଷିତ ରଖିବା ପାଇଁ ଏହି କେମିକାଲ ସବୁ ବ୍ୟବହୃତ ହୋଇଥାଏ । ତେଣୁ ଏହି କାରଣରୁ ନେଟରନ ହ୍ରଦରେ ବର୍ଷ ବର୍ଷ ଧରି ଏଭଳି ରହିଥାଏ ପଶୁପକ୍ଷୀଙ୍କ ମୃତ ଦେହ ।
Powered by Froala Editor