ଆଉ ଜଣେ ଅତର ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ

ପୀୟୂଷ ଜୈନଙ୍କ ପରେ କନ୍ନୌଜର ଆଉ ଜଣେ ଅତର ବ୍ୟବସାୟୀ ପୁଷ୍ପରାଜ ଜୈନ୍ ଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ଟ୍ୟାକ୍ସ ଚୋରି ପୁଷ୍ପରାଜ ଜୈନ୍ଙ୍କ ଘର ଓ ଅଫିସରେ ରେଡ୍ ଚାଲିଛି । ମୁମ୍ବାଇ ୟୁନିଟର ଆଇଟି ବିଭାଗ ଏହି ରେଡ୍ କରିଥିବା ଜଣାପଡ଼ିଛି। କେବଳ ପୁଷ୍ପରାଜ ଜୈନଙ୍କ ଘରେ ନୁହେଁ ନୋଏଡା ଓ କାନପୁର ସମେତ ପାଖାପାଖି ୫୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଅତର ବ୍ୟବସାୟରେ ସମ୍ପୃକ୍ତ ଅନେକ ବ୍ୟବସାୟୀ ଟ୍ୟାକ୍ସ ଚୋରି କରୁଥିବା ନେଇ ଅଭିଯୋଗ ପରେ ରେଡ୍ ଚାଲିଛି ।
ସମାଜବାଦୀ ପାର୍ଟିର MLC ବା ବିଧାନ ପରିଷଦ ସଦସ୍ୟ ହେଉଛନ୍ତି ପୁଷ୍ପରାଜ ଜୈନ୍। ଗତମାସରେ ପୁଷ୍ପରାଜ ଜୈନ୍ ‘ସମାଜବାଦୀ ପାର୍ଟି’ ଅତର ଲଞ୍ଚ କରିଥିଲେ । ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଅତର ଲଞ୍ଚ କରାଯାଇଥିଲା ।
ପୂର୍ବରୁ କନ୍ନୌଜର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ କରି ପ୍ରାୟ ୨ଶହ କୋଟିର ନଗଦ ଟଙ୍କା, ସୁନା ବିସ୍କୁଟ ଆଦି ଜବତ କରିଥିଲା ଆୟକର ବିଭାଗ । ନିର୍ବାଚନର କିଛି ମାସ ପୂର୍ବରୁ ୟୁପିରେ ଆୟକର ବିଭାଗର ରେଡକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି ।
Powered by Froala Editor