୨ ମାସର ଶିଶୁ, ମାତ୍ର ୩ କିଲୋ ଓଜନ : ତଥାପି ହାର୍ଟ ସର୍ଜରୀ କରି ଜୀବନ ବଞ୍ଚାଇଲା ଜେଜେ ହସ୍ପିଟାଲ

ଦେଶରେ ପ୍ରଥମ ଥର ଜଣେ ୨ ମାସର ଶିଶୁର ହାର୍ଟ ସର୍ଜରୀ କରାଯାଇଛି । ମୁମ୍ବାଇ ଜେଜେ ହସ୍ପିଟାଲର ଡାକ୍ତରମାନେ ଏହି ସର୍ଜରୀ ସଫଳତାର ସହ କରିଛନ୍ତି । ବଡ଼ କଥା ଯେ, ହସ୍ପିଟାଲ ତରଫରୁ ଏହି ଶିଶୁର ବାପା ମା’ଙ୍କ ଠାରୁ କିଛି ଟଙ୍କା ନିଆଯାଇନି । ମହାତ୍ମା ଜ୍ୟୋତିବା ଫୁଲେ ଯୋଜନା ଅଧୀନରେ ସରକାର ପ୍ରାୟ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।
ସୂଚନା ଯେ, କର୍ଣ୍ଣାଟକର ଏକ ଦମ୍ପତିଙ୍କର ୨ ମାସ ତଳେ ଏକ ଶିଶୁ ଜନ୍ମ ନେଇଥିଲା । ହେଲେ ଶିଶୁର ହାର୍ଟରେ ଛିଦ୍ର ଥିବାରୁ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିଲା । ସେ କ୍ଷୀର ପିଇ ପାରୁନଥିଲା କିମ୍ବା ଶୋଇ ପାରୁନଥିଲା । ତେଣୁ ହାର୍ଟ ସର୍ଜରୀ ଜରୁରୀ ଥିଲା । ହେଲେ ଏଥିରେ ବଡ଼ ବାଧା ଥିଲା ପିଲାଟିର ଓଜନ ।
ଜେଜେ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର କଲ୍ୟାଣ ମୁଣ୍ଡେଙ୍କ କହିବା ଅନୁଯାୟୀ, ଏଭଳି ସର୍ଜରୀ ପାଇଁ ଅତିକମ୍ରେ ପିଲାର ଓଜନ ୧୦ ହେବା କଥା। କିନ୍ତୁ ପିଲାଟିର ଓଜନ ୩ କିଲୋ ଥିଲା। ତଥାପି ଶିଶୁର ଗୋଡର ବଡ଼ ଶିରା ଦେଇ କ୍ୟାଥେର୍ ଭର୍ତ୍ତି କରି ଡାକ୍ତର ମୁଣ୍ଡେ ହାର୍ଟର ଛିଦ୍ରକରିଛନ୍ତି ।
ଡାକ୍ତରଙ୍କ କହିବା ଅନୁଯାୟୀ, ହାର୍ଟର ଦୁଇଟି ଚାମ୍ବର ମଧ୍ୟରେ ଛିଦ୍ର ହେଲେ ରକ୍ତ ଶରୀରରକୁ ପ୍ରବାହିତ ହେବା ପରିବର୍ତ୍ତେ ରକ୍ତ ଗୋଟିଏ ଚାମ୍ବରରୁ ଅନ୍ୟ ଚାମ୍ବରକୁ ପ୍ରବାହିତ ହୋଇଥାଏ। କିନ୍ତୁ ଉକ୍ତ ଶିଶୁ କ୍ଷେତ୍ରରେ ଅବସ୍ଥା ଗମ୍ଭୀର ଥିଲା। ଶିଶୁଟି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଏଭଳି ପରିସ୍ଥିତିରେ ଓପନ ହାର୍ଟ ସର୍ଜରୀ କିମ୍ବା କ୍ୟାଥେରାଇଜେସନ୍ ପ୍ରକ୍ରିୟା ଆବଶ୍ୟକ ଥିଲା । କିନ୍ତୁ ଏତେ ଛୋଟ ହୋଇଥିବାରୁ ଓପନ ହାର୍ଟ ସର୍ଜରୀ ସମ୍ଭବ ନଥିଲା। ତେଣୁ ଏକମାତ୍ର ବାଟ VSD ଉପକରଣ ଦ୍ୱାରା ବନ୍ଦ କରାଯାଇଥିଲା । ଏହାପରେ ଅପରେସନ ସଫଳତାର ସହ କରାଯାଇଛି ।
Powered by Froala Editor