ଖଣି ବନ୍ଦ ଥିଲା, ସୁନା ଖୋଳୁଥିଲେ ଲୋକେ : ତାପରେ ଘଟିଲା ଏମିତି ଘଟଣା...

ସୁଦାନର ପଶ୍ଚିମ କର୍ଦୋଫ୍ୟାନ୍ ପ୍ରଦେଶରେ ଥିବା ଏକ ସୁନାଖଣିରେ ବଡ ଦୁର୍ଘଟଣା ଘଟିଛି । ଖଣି ଭୁଶୁଡି ପଡିବାରୁ ସେଠାରେ ଥିବା ୩୮ ଜଣଙ୍କ ମୃତ୍ୟୁ ଘଟିଛି । ରାଜଧାନୀ ଖର୍ତୁମ ଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ଫୁଜ୍ ନାମକ ଗାଁରେ ଏହି ଘଟଣା ଘଟିଛି। ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଉକ୍ତ ସୁନାଖଣିଟି ବନ୍ଦ ପଡ଼ିଥିଲା। ଏକ ସରକାରୀ କମ୍ପାନୀ ଦ୍ୱାରା ଖଣି ପରିଚାଳିତ ହେଉଥିଲା। ଏହି ଖଣିରୁ ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯିବା ପରେ ସ୍ଥାନୀୟ ଲୋକେ ଯାଇ ସେଠାରେ ଖୋଳାଖୋଳି କରୁଥିଲେ। ସେହି ସମୟରେ ବଡ ଦୁର୍ଘଟଣା ଘଟିଛି । ତେବେ କେବେ ଠାରୁ ଖଣିଟିକୁ ବନ୍ଦ କରି ଦିଆଯାଇଥିଲା, ସେ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ।
Powered by Froala Editor