Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, October 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ...

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ...

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ...

  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ...

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଜମିବନି ଜିରୋ ନାଇଟ୍ ସେଲିବ୍ରେସନ୍‌, ଫିକା ପଡ଼ିବ ନୂଆ ବର୍ଷ

ଜମିବନି ଜିରୋ ନାଇଟ୍ ସେଲିବ୍ରେସନ୍‌, ଫିକା ପଡ଼ିବ ନୂଆ ବର୍ଷ

2021-12-27 08:06:50
14445
Share:
Facebook
Twitter
E-Mail
WhatsApp
Telegram
ଜମିବନି ଜିରୋ ନାଇଟ୍ ସେଲିବ୍ରେସନ୍‌, ଫିକା ପଡ଼ିବ ନୂଆ ବର୍ଷ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ସବୁଠି ଭୟର ବାତାବରଣ । ବିଶ୍ୱର ଅଧିକାଂଶ ଦେଶରେ ଏହା ଏବେ କାୟା ମେଲାଉଛି । ଭାରତରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ପାଖାପାଖି ୧୯ ରାଜ୍ୟରେ ଏହି ଭୂତାଣୁ ଚିହ୍ନଟ ହେଲାଣି । ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କଲେଣି । କିଛି ରାଜ୍ୟ କଟକଣା ଜାରି କରି ସାରିଛନ୍ତି । ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆ ବର୍ଷ ପାଳନ ଉପରେ ଲାଗିଛି କଟକଣା । ତେଣୁ ଏଥର ଏସବୁ ଫିକା ପଡ଼ିବା ଏକ ପ୍ରକାର ନିଶ୍ଚିତ ।

୧୦ ରାଜ୍ୟ ସରକାରଙ୍କ ପକ୍ଷରୁ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଦିଲ୍ଲୀ, ମହାରାଷ୍ଟ୍ର, ଆସାମ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ହରିୟାଣା, ଗୁଜରାଟ, ତାମିଲନାଡୁ, ଓଡ଼ିଶା ଆଦି ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ହିମାଚଳପ୍ରଦେଶରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ତେଣୁ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ଆଶା କରାଯାଉଛି ।

ଦିଲ୍ଲୀ ସରକାର ଡିସେମ୍ବର ୨୭ରୁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ରାତି ୧୧ ଟାରୁ ଭୋର ୫ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି । ମହାରାଷ୍ଟ୍ର ସରକାର ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ରାଜ୍ୟରେ ପାଞ୍ଚରୁ ଅଧିକ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କର୍ଣ୍ଣାଟକରେ ରାତ୍ରକାଳୀନ କର୍ଫ୍ୟୁ ଡିସେମ୍ବର ୨୮ରୁ କାର୍ଯ୍ୟକାରୀ ହେବ । ସେଠାରେ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ ।

ସେହିଭଳି ଉତ୍ତରପ୍ରଦେଶ ସରକାର ନୂଆବର୍ଷକୁ ଦୃଷ୍ଟିରେ ରଖି ଡିସେମ୍ବର ୨୫ରୁ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି । ଏହା ରାତି ୧୧ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଆସାମ ସରକାର ରାତି ସାଢ଼େ ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଘୋଷଣା କରିଛନ୍ତି । ଡିସେମ୍ବର ୨୫ରୁ ହରିୟାଣାରେ ରାତ୍ରି କର୍ଫ୍ୟୁ ଲାଗୁ ହୋଇଛି । ସେଠାରେ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ପ୍ରତିବନ୍ଧକ ଜାନୁଆରୀ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ମଧ୍ୟପ୍ରଦେଶ ସରକାର ମଧ୍ୟ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି । ରାତି ୧୧ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ଗୁଜରାଟରେ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁ ଅହମ୍ମଦାବାଦ, ସୁରଟ, ରାଜକୋଟ, ବଡ଼ୋଦରା, ଜୁନାଗଡ, ଜାମନଗର, ଭାବନଗର ଏବଂ ଗାନ୍ଧିନଗର ଆଦି ସହରରେ ଦୁଇ ଘଣ୍ଟା ବୃଦ୍ଧି କରାଯାଇଛି । ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗିଛି ।

ଓଡ଼ିଶାରେ ମଧ୍ୟ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ୨୫ ଡିସେମ୍ବରରୁ ୨ଜାନୁଆରୀ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ତାମିଲନାଡୁ ସରକାର ଡିସେମ୍ବର ୧୪ରୁ ଚେନ୍ନାଇର ସମସ୍ତ ବେଳାଭୂମିରେ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ସଂକ୍ରମଣକୁ ରୋକିବା ପାଇଁ ଏହି ପ୍ରତିବନ୍ଧକ ଘୋଷଣା କରାଯାଇଛି । ହୋଟେଲ, କ୍ଲବ, ରେସ୍ତୋରାଁ, ପାର୍କ, କନଭେନଶନ ହଲ, କଲ୍ୟାଣ ମଣ୍ଡପ ଏବଂ ଅନ୍ୟାନ୍ୟ ସ୍ଥାନରେ ରାତିର ସମାରୋହ ଅନୁଷ୍ଠିତ ହେବ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ସେହିପରି ନୂଆ ବର୍ଷର ଉତ୍ସବକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଏହାକୁ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିବା ଜଣାଯାଇଛି ।

Powered by Froala Editor

Tags zero night celebration ban

Related articles Odisha News Lens 4.1

  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ
    ଦେଶ-ଦେଶାନ୍ତର

    ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

    13587
    Oct 17, 2026
  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    13790
    Oct 17, 2026
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15382
    Oct 17, 2026
  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ

    14015
    Oct 17, 2026
  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13980
    Oct 17, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର
    ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13618
    Oct 17, 2026
  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ  ଲାଲକୃଷ୍ଣ ଆଡଭାନୀ
    ଦେଶ-ଦେଶାନ୍ତର

    ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    14046
    Oct 17, 2026
  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    14813
    Oct 17, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ
    ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14092
    Oct 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    14813
    Oct 17, 2026
  • ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14092
    Oct 17, 2026
  • ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13618
    Oct 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17191
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17886
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17833
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18255
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15083
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14660
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14765
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15767
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14440
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14568
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13985
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15105
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15813
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    14813
    Oct 17, 2026
  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14704
    Oct 17, 2026
  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    14046
    Oct 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In