କଟକରୁ ନକଲି ଜର୍ଦ୍ଦା ଜବତ
କଟକ : କଟକରୁ ପୁଣି ନକଲି ଜର୍ଦ୍ଦା ଜବତ। କଟକ ଉପକଣ୍ଠ ଦାଢାପାଟଣାରୁ ୨.୫୦ କୁଇଣ୍ଟଲ ନକଲି ଜର୍ଦ୍ଦା ଜବତ ହୋଇଛି। ଜବତ ହୋଇଥିବା ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। କଟକ ପୋଲିସ ସହାୟତାରେ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଏହି ନକଲି ଜର୍ଦ୍ଦା ଜବତ ହୋଇଛି। ଏହା ସହ ବେଆଇନ ଜର୍ଦ୍ଦା କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ।
ବାରଙ୍ଗ ଷ୍ଟେସନ ବଜାରରେ ଥିବା ଏକ ଜର୍ଦ୍ଦା ଦେକାନରେ ବିପୁଳ ପରିମାଣରେ ବେଆଇନ ଗୁଟ୍ଖା ବିକ୍ରି ହେଉଥିବା ଖବର ମିଳିବା ପରେ ଏହି ଚଢ଼ଉ କରାଯାଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜିଲ୍ଲା ବାରଙ୍ଗ ଦାହାପାଟଣାର ନିବାସ ସାହୁ। ତେବେ ଏହି ନକଲି ଜର୍ଦ୍ଦା କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ କରୁଛି ଏସଟିଏଫ୍।
Powered by Froala Editor