ଦେଶରେ ଦିନକରେ ୭୧୮୯ ଆକ୍ରାନ୍ତ ଚିହ୍ନଟ, ୩୮୭ ମୃତ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ଏବେ ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୭ ହଜାର ୧୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୭ ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୨୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ (ଜରମକ୍ଟଙ୍ଖରକ୍ସଚ୍ଚ କ୍ସବଗ୍ଧର) ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୪୨ ଲକ୍ଷ ୨୩ ହଜାର ୨୬୩ରେ ପହଞ୍ଚିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୭ ଲକ୍ଷ ୭୯ ହଜାର ୮୧୫ ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୯ ହଜାର ୫୨୦ରେ ପହଞ୍ଚିଛି । ଦେଶରେ ମୋଟ ୭୭ ହଜାର ୩୨ଟି ସକ୍ରିୟ ମାମଲା ରହିଛି। ସେହିପରି ଏଯାବତ ୧୪୧ କୋଟି ଡୋଜ ଟୀକାକରଣ ସରିଛି । ତେବେ ଏଯାବତ ଦେଶରେ ୪୧୫ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।
Powered by Froala Editor