ବଡଦିନ ଓ ନୂଆବର୍ଷ ପାଇଁ ଆସିଲା କଟକଣା, ଜାଣନ୍ତୁ କ’ଣ

ଭୁବନେଶ୍ୱର : ବଡ଼ଦିନ ଓ ନୂଆବର୍ଷ ପାଳନ ନେଇ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଡିସେମ୍ବର ୨୫ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।
୧. ଖ୍ରୀଷ୍ଟମାସ କେବଳ ଚର୍ଚ୍ଚରେ ହିଁ ପାଳନ କରାଯିବ । କୋଭିଡ଼ ପ୍ରୋଟୋକଲ ଆଧାରରେ ମାତ୍ର ୫୦ ଜଣ ଉପସ୍ଥିତ ରହିପାରିବେ ।
୨. ହୋଟେଲ, କଲ୍ୟାଣମଣ୍ଡପ, କ୍ଲବ, ରେଷ୍ଟୁରାଂଟ, ପାର୍କ, କନଭେନସନ ହଲ ଆଦିରେ ଜିରୋ ନାଇଟ ଓ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
୩. ତେବେ ବାହାଘର କରାଯାଇପାରିବ । କିନ୍ତୁ ବାହାଘର ଭୋଜି ବା ଅନ୍ୟାନ୍ୟ କାର୍ଯ୍ୟକୁ ଅନୁମତି ମିଳିପାରିବ ନାହିଁ ।
୪. କୋଭିଡ଼ ୧୯ ପ୍ରୋଟୋକଲରେ ଅନ୍ତ୍ୟେଷ୍ଟି କ୍ରିୟା କରାଯିବ ।
୫. ବଡ଼ଦିନ ଠାରୁ ନେଇ ନୂଆବର୍ଷ ପର୍ଯ୍ୟନ୍ତ ଜନସମାଗମ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷ୍ମ ନଜର ରଖାଯିବ ।
୬. କୌଣସି ପ୍ରକାର ଗୋଷ୍ଠୀ ଭୋଜିକୁ ଅନୁମତି ମିଳିବ ନାହିଁ ।
୭. ସେହିପରି କୌଣସି ପ୍ରକାର ସାମାଜିକ ବା ଗୋଷ୍ଠୀ କାର୍ଯ୍ୟକ୍ରମ, ଶୋଭାଯାତ୍ରା, ଅର୍କେଷ୍ଟ୍ରା, ନାଚଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିବ ନାହିଁ ।
Powered by Froala Editor