ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ

କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢେଇ ଛକ ନିକଟରେ ଗତକାଲି ରାତିରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ବନ୍ଧୁଙ୍କ ଜୀବନ ଚାଲି ଯାଇଛି। ମୃତକଦ୍ୱୟ କାକଟପୁର ଥାନା ଅନ୍ତର୍ଗତ ଅଶୃଙ୍ଖଳା ଗ୍ରାମର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ବୋଲି ଜଣାପଡିଛି।
ଗତକାଲି ବିଳମ୍ବିତ ରାତ୍ରିରେ ଉଭୟ ଯୁବକ କୋଣାର୍କରୁ କାକଟପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ମାତ୍ର ଗାଡ଼ିଟି ଦୃତ ଗତିରେ ଥିବା ବେଳେ ବଢେଇଛକ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍ଟି ତ୍ରୀନାଥ ମଣ୍ଡପରେ ଧକ୍କା ହୋଇଥିଲା । ଦୁଇ ଯୁବକ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
Powered by Froala Editor