ପୋଲିସ ରିପୋର୍ଟ:ରାଜଧାନୀରେ ଚଳିତ ବର୍ଷ ଦୁର୍ଘଟଣାରେ ଜୀବନ ୧୪୯ ଯାଇଛି
ଭୁବନେଶ୍ବର: ରାଜଧାନୀ ପାଲଟିଛି ମରଣଯନ୍ତା ! ଚଳିତ ବର୍ଷ ରାଜଧାନୀରେ ୫୩୨ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ୧୪୯ଜଣଙ୍କ ଜୀବନ ଯାଇଛି । ନିଶାଶକ୍ତ, ରଙ୍ଗରୁଟ ଓ ବେପାରୁଆ ଗାଡି ଚାଳନା ହୋଇଛି ଏହାପଛର କାରଣ । ଡେଥ୍ ଜୋନ ପାଲଟିଛି ବାଲିଅନ୍ତା ଜଗନାନ୍ନଥ ସଡକ । ଏନେଇ କମିଶନରେଟ ପୋଲିସ ତରଫରୁ ରିପୋର୍ଟ ପ୍ରକାଶ ପାଇଛି ।
ରାଜଧାନୀରେ ବଢୁଛି ସଡ ଦୁର୍ଘଟଣା ଜନିତ ମୃତ୍ୟୁ , ଚଳିତ ବର୍ଷ ଯାଇଛି ୧୪୯ ଜୀବନସେହିପରି ସଡକ ଦୁର୍ଘଟଣାରେ ୩୦୪ ଜଣ ଗୁରୁତର ହୋଇଥିବା ବେଳେ ୧୨୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ କ୍ୟାପିଟାଲ ଥାନାରେ ୬୨, ଖଣ୍ଡଗିରି ୫୩, ସହିଦନଗର ୫୦, ବାଲିଅନ୍ତା,୪୪, ଜଟଣୀ ୪୩, ଓ ନୟାପଲ୍ଲୀ ଥାନାରେ ୩୫ଟି ମାମଲା ପଞ୍ଜିକୃତ ହୋଇଛି । ଦୁର୍ଘଟଣାରେ ବାଲିଅନ୍ତା ଥାନା ଅଞ୍ଚଳରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଟଣୀରେ ୧୮, ଖଣ୍ଡଗିରି ଓ ମଞ୍ଚେଶ୍ବର ୧୫, ସହିଦନଦର ୧୨ ଓ ଭରତପୁର ଅଞ୍ଚଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲିଅନ୍ତା ଥାନା ଅଞ୍ଚଳରେ ସବୁଠାରୁ ଅଧିକ ଜୀବନ ଯାଇଥିବା ବେଳେ ଏହି ଅଞ୍ଚଳର ନୂଆ ଜଗନ୍ନାଥ ସଡକ ଡେଥ ଜୋନ ପାଲଟିଥିବା ରିପୋର୍ଟରେ ପ୍ରକାଶ ପାଇଛି ।ସେହିପରି ଗତ ବର୍ଷ ସଡକ ଦୁର୍ଘଟଣାରେ ୧୬୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ଚଳିତ ବର୍ଷ ବୃଦ୍ଧି ହୋଇଛି । କଡା ଫାଇନ ଓ ଟ୍ରାଫିକ ଚେକିଂ ସତ୍ତ୍ବେ ଦୁର୍ଘଟଣା ରୋକିବା ସମ୍ଭବ ହୋଇନି । ଦୁର୍ଘଟଣା ରୋକିବାକୁ ପୋଲିସ ଦୁର୍ଘଟଣା ସ୍ଥାନକୁ ବ୍ଳାକ ସ୍ପଟ ଚିହ୍ନଟ କରିଛି । ସେପଟେ ଦୁର୍ଘଟଣା ରୋକିବାକୁ ସଚେତନତା ସହ ସାଇନ ଏଜ ଓ ସଚେତନତା କାର୍ୟ୍ୟ ଜାରି ରଖିଛି । ତେବେ ଟ୍ରାଫିକ ନିୟମ ଅବମାନନା କରି ୧ ଲକ୍ଷ ୯୨ ହଜାର ୯୪୩ ଜଣ ଗାଡି ଚାଳକଙ୍କଠାରୁ ମୋଟ ୩, ୦୪, ୦୫୦୦ ଟଙ୍କା ଫାଇନ ଆଦାୟ ହୋଇଛି ।
Powered by Froala Editor