ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା
ଆଫ୍ରିକୀୟ ଦେଶ ଇଥିଓପିଆ ଓ ଇରିଟ୍ରିଆ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି। ଇରିଟ୍ରିଆ ହେଉଛି ଇଥିଓପିଆର ଏକ ପଡ଼ୋଶୀ ଦେଶ। ଇଥିଓପିଆରୁ ଅଲଗା ହେବା ପରେ ୧୯୯୩ ମସିହାରେ ଇରିଟ୍ରିଆ ଗଠିତ ହୋଇଥିଲା। ଉଭୟ ଦେଶ ଖ୍ରୀଷ୍ଟିଆନ ବହୁଳ। ଉଭୟ ଦେଶରେ ମୁସଲମାନ ସଂଖ୍ୟାଲଘୁ। ଇଥିଓପିଆ ଦାବି କରୁଛି ଯେ, ଇରିଟ୍ରିଆ ବିଦ୍ରୋହୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଅସ୍ଥିରତାର ବାତାବରଣ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଇରିଟ୍ରିଆକୁ ଶିକ୍ଷା ଦେବା ଆବଶ୍ୟକ।
ଇଥିଓପିଆ ଓ ଏରିଟ୍ରିୟା ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରୁ ଘେରାବନ୍ଦୀ ଚାଲିଛି। ଗୋଟିଏ ପାର୍ଶ୍ୱରେ ଇଥିଓପିଆ ସେନା ଓ ଅନ୍ୟ ପାର୍ଶ୍ୱରେ ଇରିଟ୍ରିୟାନ୍ ସମର୍ଥିତ ତିଗାନ୍ ସେନା ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଇଥିଓପିଆ ସେନାକୁ ତିଗାନ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାମରେ ପଶ୍ଚିମ ସୀମାରେ ମୁତୟନ କରାଯାଉଛି। ସେନା ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଯାହା ଦ୍ବାରା ଭବିଷ୍ୟତରେ ସମଗ୍ର ଅଞ୍ଚଳକୁ ଇଥିଓପିଆ ନିୟନ୍ତ୍ରଣ କରିପାରିବ।
Powered by Froala Editor