ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ
ହଳଦୀରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ମସ୍ତିଷ୍କର କାର୍ଯ୍ୟଧାରାକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି। ହଳଦୀର ଉପକାରୀ ଗୁଣ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ଗବେଷଣା କରି ଏକଥା ଜାଣିପାରିଛନ୍ତି। ଅନ୍ୟପକ୍ଷରେ ହଳଦୀରେ କୁର୍କୁମିନ୍ ନାମକ ଏକ ତତ୍ତ୍ୱ ଥଣ୍ଡାଜନିତ ସମସ୍ୟା କମାଇବାରେ ସାହାଯ୍ୟ କରିଥାଏ। ଶରୀରରେ ଥଣ୍ଡା ସୃଷ୍ଟି କରୁଥିବା କୋଷଗୁଡ଼ିକୁ ଏହା ନଷ୍ଟ କରିଦିଏ, ଯଦ୍ଦ୍ବାରା ଆମେ ଏଥିରୁ କେତେକାଂଶରେ ଉପଶମ ପାଇଥାଉ। ହଳଦୀ ଶରୀରରେ ଇନ୍ସୁଲିନ୍ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଏହା ରକ୍ତଚାପକୁ କେତେକାଂଶରେ ସନ୍ତୁଳିତ ରଖିଥାଏ। ତା’ସହ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ କରିଥାଏ।
Powered by Froala Editor