ବିଗ୍ ବିସ୍ ୨୦ରେ ପ୍ରତିଯୋଗୀ ହେବେନି ଶେୟା
“ଲକ ଅପ୍୨” ବିଜୟ ପରେ ଅଭିନେତ୍ରୀ ଶ୍ରେୟା କାଲରା “ବିଗ୍ ବସ୍ ୨୦”ରେ ପ୍ରତିଯୋଗୀ ଭାବେ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଶ୍ରେୟା ନିଜେ ଏହି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ନିଜ ଇନଷ୍ଟାଗ୍ରାମ ଚ୍ୟାନେଲ୍ ‘Clock It With Shreya’ରେ ପ୍ରଶଂସକଙ୍କ ସହ କଥା ହେବା ସମୟରେ ସ୍ପଷ୍ଟ କରିଛନ୍ତି ଯେ, ଏବେ ଆଉ କୌଣସି ରିଆଲିଟି ଶୋ’ରେ ପ୍ରତିଯୋଗୀ ହେବାକୁ ତାଙ୍କର ଇଚ୍ଛା ନାହିଁ।
“ଲକ ଅପ୍୨”ରେ ଶ୍ରେୟାଙ୍କ ଯାତ୍ରା ବେଶ୍ ଚର୍ଚ୍ଚିତ ରହିଥିଲା। ଶୋ’ରେ ଅନେକ ସମୟରେ ସହ-ପ୍ରତିଯୋଗୀଙ୍କ ସହ ତାଙ୍କର ବିବାଦ ହୋଇଥିଲା। ତାଙ୍କର ଖୋଲାଖୋଲି ମତ ଏବଂ ଆକ୍ରମଣାତ୍ମକ ଖେଳ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା ଶେଷରେ ସେ “ଲକ ଅପ୍୨”ର ଟ୍ରଫି ସହ ୧ କୋଟି ଟଙ୍କାର ନଗଦ ପୁରସ୍କାର ଜିତିଛନ୍ତି।
ଶ୍ରେୟା କହିଛନ୍ତି, “ମୁଁ ଏବେ ଏକ ପାଗଳଖାନାରୁ ବାହାରି ଆସିଛି। ତେଣୁ ଏବେ ଜଣେ ପ୍ରତିଯୋଗୀ ଭାବେ କୌଣସି ରିଆଲିଟି ଶୋ’ କରିବାକୁ ଯୋଜନା ନାହିଁ। ଏହା ମାନସିକ ଭାବେ ବହୁତ କ୍ଲାନ୍ତିକର ଏବଂ କଷ୍ଟଦାୟକ।” ଯଦି ବିଗ୍ ବସ୍ ପକ୍ଷରୁ ତାଙ୍କୁ ହୋଷ୍ଟ, ମେଣ୍ଟର କିମ୍ବା ଗ୍ୟାଙ୍ଗ୍ ଲିଡର ଭଳି ଭୂମିକା ମିଳେ, ତେବେ ସେ ନିଶ୍ଚିତ ଭାବେ ଏଥିପାଇଁ ଉତ୍ସାହିତ ହେବେ।
Powered by Froala Editor