୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ସୂର୍ଯ୍ୟ
ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟରୁ ଟିକିଏ ଅଧିକ ସମୟ ପାଇଁ ଚନ୍ଦ୍ର ପଛରେ ଲୁଚିଯିବ ସୂର୍ଯ୍ୟ । ଦିନ ଆକାଶରେ ନକ୍ଷତ୍ର ଦୃଶ୍ୟମାନ ହେବେ । ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିବା ସହିତ ତାପମାତ୍ରା ମଧ୍ୟ ହ୍ରାସ ପାଇବ।
ଆସନ୍ତା ୧୨ ତାରିଖ କୋଟି କୋଟି ଲୋକ ଏହି ମହାଜାଗତିକ ଘଟଣା ଦେଖିବାର ସୁଯୋଗ ପାଇବେ । ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଯେତେବେଳେ ସିଧାସଳଖ ଅତିକ୍ରମ କରେ, ପୂର୍ଣ୍ଣ ସୂର୍ଯ୍ୟପରାଗ ହୁଏ । ଏହା ସୂର୍ଯ୍ୟାଲୋକକୁ ସମ୍ପୂର୍ଣ୍ଣ ଅବରୋଦ୍ଧ କରିଦିଏ । ଏହି ୩ ଖଗୋଳୀୟ ପିଣ୍ଡ ଆପାତତଃ ଗୋଟିଏ ସରଳରେଖାରେ ରହିଲେ, ଏହି ଘଟଣା ଘଟେ । କେବଳ ଅମାବାସ୍ୟା ସମୟରେ ହିଁ ଏହି ମହାଜାଗତିକ ଘଟଣା ଘଟିପାରେ। ସୂର୍ଯ୍ୟ ଯଦିଓ ଚନ୍ଦ୍ରଠାରୁ ୪୦୦ ଗୁଣ ବିଶାଳ ଓ ପୃଥିବୀଠୁ ପ୍ରାୟ ୪୦୦ ଗୁଣ ଦୂରରେ ଅବସ୍ଥିତ, ସେଥିପାଇଁ ଆକାଶରେ ଉଭୟଙ୍କ ଆକାର ପ୍ରାୟତଃ ସମାନ ଦିଶେ । ଏହି ଉଲ୍ଲେଖନୀୟ ସଂଯୋଗ ଯୋଗୁ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆବୃତ୍ତ କରିଦିଏ । ପରାଗ ବଢ଼ିବା ସହିତ ପ୍ରଥମେ ଆଂଶିକ ଦୃଶ୍ୟମାନ ହୁଏ । ତା’ପରେ ଚନ୍ଦ୍ର ଧୀରେ ଧୀରେ ସୂର୍ଯ୍ୟକୁ ଗ୍ରାସ କରିଚାଲେ। ସମ୍ପୂର୍ଣ୍ଣ ଆବୃତ୍ତ କଲେ, ଚାହୁଁ ଚାହୁଁ ଦିବାଲୋକ ଦୂର ହୋଇ ଅନ୍ଧକାରମୟ ହୋଇଯାଏ ।
Powered by Froala Editor