ଆସାମରେ ବନ୍ୟା ପୀଡ଼ିତଙ୍କୁ ୫୦୦ ଘର ଯୋଗାଇଦେବେ ସଲମାନ
ଆସାମରେ ଭୟାବହ ବନ୍ୟାରେ ଘର ହରାଇଥିବା ପରିବାରଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସଲମାନ ଖାନ୍। ସଲମାନ ଖାନ୍ ‘ଆଶିଆନା – ଆଶାରୁ ଆରମ୍ଭ ହୁଏ ଏକ ନିରାପଦ ଆଶ୍ରମ ଅଭିଯାନ ସହ ଯୋଡ଼ି ହୋଇ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ବନ୍ୟାରେ ସର୍ବସ୍ୱ ହରାଇଥିବା ପରିବାରଙ୍କୁ ପୁଣିଥରେ ଏକ ସୁରକ୍ଷିତ ଆଶ୍ରୟ ମିଳିବ। ତାଙ୍କ ସହଯୋଗରେ ବନ୍ୟା ପୀଡ଼ିତଙ୍କ ପାଇଁ ନିର୍ମାଣ ହେବ ୫୦୦ଟି ନୂଆ ଘର।
ସଲମାନ ଖାନଙ୍କ ଏହି ଉଦ୍ୟମ ପରେ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ପ୍ରଶଂସା କରାଯାଉଛି। ଅନେକ ଲୋକ ତାଙ୍କୁ ‘ରିୟଲ ଲାଇଫ୍ ହିରୋ’ ବୋଲି କହୁଛନ୍ତି। ସଲମାନ ପୂର୍ବରୁ ମଧ୍ୟ ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ସହାୟତା ହେଉ କିମ୍ବା ସାମାଜିକ କାର୍ଯ୍ୟ, ସେ ସବୁବେଳେ ନିଜର ସହଯୋଗ ଜାରି ରଖିଛନ୍ତି।
"ଆଶିଆନା" ଅଭିଯାନ ଅଧୀନରେ ନେପାଳୀ ଖୁଟିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ, ପ୍ରାୟ ୨୨୦ ଟି ଅର୍ଦ୍ଧ-ସ୍ଥାୟୀ ଘର ସମ୍ପୂର୍ଣ୍ଣ ହୋଇଛି, ଯାହା ଅନେକ ବାସହୀନ ପରିବାର ପାଇଁ ରହିବା ପାଇଁ ଏକ ସୁରକ୍ଷିତ ସ୍ଥାନ ପ୍ରଦାନ କରୁଛି। ଏହି ପଦକ୍ଷେପର ଲକ୍ଷ୍ୟ ମୋଟ ୫୦୦ଟି ଘର ନିର୍ମାଣ କରି ଶତାଧିକ ପରିବାରକୁ ପୁଣିଥରେ ସ୍ଥିର ଜୀବନ ଦେବା ଲକ୍ଷ୍ୟ ରହିଛି।
Powered by Froala Editor