ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ
କେନ୍ଦୁଝରଜିଲ୍ଲା ବଡ଼ବିଲ ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇ ହୋଇଛନ୍ତି। ମୃତ ମହିଳା ହେଲେ ସସ୍ମିତା ମହାନ୍ତ (୨୯)। ସ୍ବାମୀ ମନୋରଂଜନ ମହାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବଡ଼ବିଲସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନିର କର୍ମଚାରୀ ମନୋରଞ୍ଜନ ମହାନ୍ତ(୩୩ବର୍ଷ) ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଯୋଡ଼ାସ୍ଥିତ ଟିସ୍କୋ ଡାକ୍ତରଖାନାକୁ ଯାଇଥିଲେ। ଚିକିତ୍ସା ସାରି ବଡ଼ବିଲ ଫେରୁଥିବା ସମୟରେ ସେରେଣ୍ଡା ନିକଟ ଭୁସୁଗାଁ ନିକଟରେ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ପଛ ପଟୁ ଆସୁଥିବା ଟ୍ରକ୍ ସ୍ତ୍ରୀ ଉପରେ ମାଡି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ମନୋରଂଜନ ଗୁରୁତର ଆହତ ହୋଇଥିଲେ। ମନୋରଂଜନଙ୍କୁ ବଡ଼ବିଲ ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
Powered by Froala Editor