ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT
ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ଶିକ୍ଷା ମନ୍ତ୍ରଣାଳୟ ୩ରୁ ୮ ବର୍ଷର ଶିଶୁଙ୍କ ପାଇଁ ନୂଆ ଡିଜିଟାଲ ପଦକ୍ଷେପ ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କରିଛି। ଏହି ଆପ୍ ସେହି ବୟସର ପିଲାଙ୍କ ଉପରେ କେନ୍ଦ୍ରିତ,ଯେଉଁଠି ଶଖିବାର ମୂଳଦୁଆ ତିଆରି ହେଉଛି ।
ଆପ୍ ଲଞ୍ଚ କରିବା ସହିତ, NCERT 'କିଙ୍ଗଡମ୍ ଅଫ୍ ଲର୍ଣ୍ଣିଂ ଆଣ୍ଡ ଲର୍ଣ୍ଣିଂ’ ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛି, ଯାହାର ଲକ୍ଷ୍ୟ ହେଉଛି ଏହି ଡିଜିଟାଲ୍ ଉପକରଣଗୁଡ଼ିକ ସହିତ ଅଭିଭାବକ ଏବଂ ଶିକ୍ଷକଙ୍କୁ ସକ୍ରିୟ ଭାବରେ ଯୋଡିବା।
ଇ-ମ୍ୟାଜିକ୍ ଆପ୍ ରେ କ’ଣ ରହିଛି ?
-କଥା ସଖି : ପିଲାଙ୍କ ପାଇଁ କାହାଣୀ ଓ ରଚନାତ୍ମକ ସାମଗ୍ରୀ ଉପଲବ୍ଧ ରହିଛି
-ପ୍ୟାରେଣ୍ଟ ତାରା: ବାପା-ମାଙ୍କୁ ପିଲାଙ୍କୁ ଶିଖାଇବାର ପକ୍ରିୟା ସମ୍ପର୍କରେ ପ୍ରଶ୍ନରେ ମାର୍ଗ ଦର୍ଶନ ଦେଇଥାଏ।
-ଟିଚର ତାରା : ଶିକ୍ଷକଙ୍କୁ କ୍ଲାସରେ ଭଲ ଭାବରେ ଯୋଗାଯୋଗ ଓ ଶିକ୍ଷାଦାନ ପରାମର୍ଶ ଦେଇଥାନ୍ତି।
NCERT ଏହାକୁ କେବଳ ଏକ ମୋବାଇଲ୍ ଆପ୍ ପର୍ଯ୍ୟନ୍ତ ସୀମିତ କରିନାହିଁ। ଏହାକୁ ବହୁବିଧ ମାଧ୍ୟମରେ ଆକ୍ସେସ୍ କରାଯାଇପାରିବ। ମୋବାଇଲ ଆପ୍, ହ୍ବାଟସଆପ୍ ଓ ଟେଲିଗ୍ରାମ୍ ପ୍ଲାଟଫର୍ମରେ ଉପଲବ୍ଧ। ଟୋଲ୍-ଫ୍ରି ନମ୍ବର ୧୮୦୦-୨୧୨-୦୧୭୩ କିମ୍ବା ୧୫୧୦୮ ଡାଏଲ୍ କରି ‘ଷ୍ଟୋରୀ ଅଫ୍ ଦ ଡେ’,ସଙ୍ଗ୍ ଅଫ୍ ଦ ଡେ ଓ କ୍ବେଶ୍ଚିନ୍ ଅଫ୍ ଦ ଡେ’ ଶୁଣିପାରିବେ। ସବୁଠାରୁ ଖାସ୍ କଥା ଏହା ଯେ, ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଥିବା ତିନୋଟି ସ୍ମାର୍ଟ ବଟ୍ ରହିଛି, ଯାହାକି ବାପା-ମା ଓ ଶିକ୍ଷକଙ୍କ ପ୍ରଶ୍ନର ତୁରନ୍ତ ଜବାବ ଦେଇଥାଏ।
Powered by Froala Editor