ରାସାୟନିକ କାରଖାନାରେ ବଡ଼ ବିସ୍ଫୋରଣ, ୨ ଜଣଙ୍କ ମୃତ୍ୟୁ

ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୧୫ ଜଣ ଆହତ ହୋଇଛନ୍ତି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଅନେକ କିଲୋମିଟର ଦୂରରେ ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନାହିଁ। ତେବେ କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଏହି ଘଟଣା ସକାଳ ୧୦ ଟାରେ ଘଟିଛି। କାରଖାନାରେ ବିସ୍ଫୋରଣରେ ନିଆଁ ଲାଗି ୨ ଜଣଙ୍କର ମୃତ୍ୟୁ ସହ ଅନ୍ୟମାନେ ଆହତ ହୋଇଥିଲେ। ସେହି ସ୍ଥାନରେ ଫସି ରହିଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରାଯିବା ସହ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି।
Powered by Froala Editor