ଆଜି ଦେଶରେ ୭ହଜାର ୯୭୪ କାରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନେ କମିଲେ ଦିନେ ବଢୁଛି । ଗତ ୨୪ଘଣ୍ଟାରେ ଦେଶରେ ୭ହଜାର ୯୭୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଦୈନିକ ପଜିଟିଭ୍ ହାର ୦.୬୪ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି । ସେହିପରି ଆଜି ଦେଶରେ ୭ହଜାର ୯୭୪ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୮ ପ୍ରତିଶତ ରହିଛି ।
ବର୍ତ୍ତମାନ ସୁଦ୍ଧା ମୋଟ ୧୩୫ କୋଟି ୨୫ଲକ୍ଷ ୩୬ହଜାର ୯୮୬ଜଣଙ୍କୁ ଟିକାଦାନ ସରିଛି । ଅପରପକ୍ଷରେ ସକ୍ରିୟ ମାମଲା ୮୭ହଜାର ୨୪୫ ରହିଛି । ସକ୍ରିୟ ମାମଲା ୦.୨୬ ପ୍ରତିଶତରେ ପହଞ୍ଚିଛି ।
Powered by Froala Editor