ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୩

ନୂଆଦିଲ୍ଲୀ: ଭୟ ବଢାଉଛି ଓମିକ୍ରନ । ଦିନକୁ ଦିନ ଦେଶରେ ବୃଦ୍ଧି ପାଇଛି ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା । ଦେଶରେ ଏବେ ୧୧ଟି ରାଜ୍ୟରେ ଓମିକ୍ରନ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । ଗତକାଲି ୩ଟି ରାଜ୍ୟ ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ପ୍ରଥମ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଏଥିସହ ଗତକାଲି ମହାରାଷ୍ଟ୍ରରୁ ମଧ୍ୟ ୪ଟି ମାମଲା ମଧ୍ୟ ପୁଣି ସାମ୍ନାକୁ ଆସିଥିଲା ।
ତାମିଲନାଡୁରେ ଚିହ୍ନଟ ହୋଇଥିବା ପ୍ରଥମ ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଚେନ୍ନାଇର ହୋଇଥିବା ବେଳେ ନିକଟରେ ସେ ନାଇଜେରିଆରୁ ଫେରିଥିଲେ । ବ୍ୟକ୍ତି ଜଣଙ୍କ ବୟସ ୪୭ ବର୍ଷ । ସେ ତାଙ୍କ ପରିବାରର ୬ଜଣ ସଦସ୍ୟଙ୍କ ସହ ଡିସେମ୍ବର ୧୦ ତାରିଖରେ ନାଇଜେରିଆରୁ ତାମିଲନାଡୁ ଆସିଥିଲେ । ପରିବାରର ୬ଜଣ ସଦସ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ସମସ୍ତଙ୍କୁ ଚେନ୍ନାଇର କିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରିଭେଣ୍ଟିଭ୍ ମେଡିସିନ୍ ଏବଂ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି । ଏଥିସହ ସମସ୍ତଙ୍କ ଆକ୍ରାନ୍ତଙ୍କ ନମୁନା ଜିନୋନେମ ସ୍ବିକେନସିଂ ପାଇଁ ପଠାଯାଇଛି ।ତେବେ ଦେଶରେ ଏପର୍ୟ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ୩୨ ଛୁଇଁଥିବା ବେଳେ ଗୁଜୁରାଟରେ ୪, ରାଜସ୍ଥାନରେ ୧୭, ଦିଲ୍ଲୀରୁ ୬, କର୍ଣ୍ଣାଟକରେ ୩, ତେଲେଙ୍ଗାନାରୁ ୨, କେରଳରୁ ୫, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଚଣ୍ଡିଗଡ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor