ଭାରସାମ୍ୟ ହରାଇଲା ଡ୍ରାଇଭର, କେନାଲରେ ଖସିପଡ଼ିଲା ବସ୍ : ୯ ମୃତ
ଆନ୍ଧ୍ରପ୍ରଦେଶର ଜଙ୍ଗରେଡ଼ିଗୁଡ଼ମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କେନାଲକୁ ଏକ ବସ୍ ଖସିପଡ଼ିବାରୁ ୫ ଜଣ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମର ଏହି ବସଟି ୪୭ ଜଣ ଯାତ୍ରୀଙ୍କୁ ନେଇ ଜଙ୍ଗରେଡ଼ିଗୁଡ଼ମରୁ ଆଶୱାରାପେଟ୍କୁ ଯାଉଥିଲା । ସେତିକିବେଳେ ବସର ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ନାଳକୁ ଖସିପଡିଥିଲା । ମୃତକଙ୍କ ମଧ୍ୟରେ ଡ୍ରାଇଭର ଅଛନ୍ତି । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ରାଜ୍ୟପାଳ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Powered by Froala Editor