ଫାଇଜର କରୋନା ମହାମାରୀ ଉପରେ ୯୦% ପ୍ରଭାବୀ
ୱାଶିଂଟନ: କୋଭିଡ ପ୍ରତିକାର ପ୍ରସଙ୍ଗରେ ଆମେରିକାର ଫାଇଜର ଲାବରୁ ଏକ ଭଲ ଖବର ଆସିଛି । ଫାଇଜର ବଟିକାର ଚୂଡାନ୍ତ ବିଶ୍ଳେଷଣ ରିପୋର୍ଟରୁ ଜଣାପଡ଼ିଛି ଯେ ଏହା କରୋନା ମହାମାରୀ ଉପରେ ୯୦% ପ୍ରଭାବୀ । ଏମିତି କି ନୂଆ ଭାରିଆଣ୍ଟ ଓମାଇକ୍ରନକୁ ବି ମାତ ଦେଇପାରିବ । ଫାଇଜର ବଟିକା ସେବନ ଦ୍ୱାରା ଆକ୍ରାନ୍ତ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ହ୍ରାସ ପାଇବ । ଅଧିକ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସଂକ୍ରମିତମାନେ ମଧ୍ୟ ମୃତୁ୍ୟମୁଖରୁ ସୁରକ୍ଷିତ ରହିପାରିବେ । ଦ୍ରୁତ ଗତିରେ ବ୍ୟାପୁଥିବା ଓମାଇକ୍ରନ ଉପରେ ଏହା ପ୍ରଭାବୀ ବୋଲି ଫାଇଜର ପକ୍ଷରୁ ମଙ୍ଗଳବାର ଦାବି କରାଯାଇଛି । କମ୍ପାନୀର ଏହି ଦାବି ଯଦି ସତ୍ୟ ପ୍ରମାଣିତ ହୁଏ ତେବେ ମହାମାରୀର ମୁକାବିଲା ପାଇଁ ଏକ ବଡ଼ ଅସ୍ତ୍ର ମିଳିଯିବ ବୋଲି ଆଶା କରାଯାଉଛି ।
Powered by Froala Editor