ରାଜ୍ୟରେ କରୋନା ଟିକାର ପ୍ରଥମ ଡୋଜ ନେଇ ନାହାନ୍ତି ୪୧ ଲକ୍ଷ ବ୍ୟକ୍ତି
ଭୁବନେଶ୍ୱର : କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ଏହାରି ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱରେ ଆତଙ୍କ ଖେଳାଇଲାଣି । ତେବେ ଓଡ଼ିଶାରେ ଏବେ ବି ଏମିତି ଲୋକ ଅଛନ୍ତି ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେଇନାହାନ୍ତି । ଏମାନଙ୍କ ସଂଖ୍ୟା ୧୦୦ କି ୧୦୦୦ ନୁହେଁ, ମୋଟ ୪୧ ଲକ୍ଷ ବୋଲି ଜଣାଯାଇଛି ।
ରାଜ୍ୟରେ ୪୧ ଲକ୍ଷ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ ନେଇ ନାହାନ୍ତି। ମୟୁରଭଞ୍ଜ, କନ୍ଧମାଳ, କଟକରେ ପ୍ରଥମ ପାନ ଟିକାକରଣ ହାର କମ। ଏନେଇ ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୮୭ % ପ୍ରଥମ ଡୋଜ ନେଇ ସାରିଛନ୍ତି। ଆଉ ବଳକା ୧୩ % ଶୀଘ୍ର ଟିକା ନିଅନ୍ତୁ। ଯାହାଦ୍ୱାରା ଡିସେମ୍ବର ସୁଦ୍ଧା ପ୍ରଥମ ପାନ ଲକ୍ଷ୍ୟ ଶେଷ ହେବ। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭୟାବହତା ବୃଦ୍ଧି ପାଉଥିବାରୁ ସଜାଗ ରହିବାକୁ ପଡିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
Powered by Froala Editor