ମାଛ ଉପରେ ଆଲ୍ଲା ଓ ମହମ୍ମଦଙ୍କ ନାଁ
ମାଛ ଦେହରେ ଆଲ୍ଲା ଓ ମହମ୍ମଦଙ୍କ ନାଁ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ! ହେଲେ ଏହା ସତ ଯେ, ୟୁପିର ବୁଲନ୍ଦସହରରେ ଏଭଳି ଏକ ମାଛ ମିଳିଛି । ରିପୋର୍ଟ ଅନୁଯାୟୀ, ବୁଲନ୍ଦସହରରେ ରହୁଥିବା ବ୍ୟବସାୟୀ ଅଙ୍କୁର ସିନ୍ଧଲ ଡ୍ରାଇ କ୍ଲିନର୍ ଭାବରେ କାମ କରନ୍ତି। ଦୋକାନରେସେ ଏକ ମାଛର ଆକ୍ୱାରିୟମ ରଖିଛନ୍ତି । ସେ ୩ ବର୍ଷ ପୂର୍ବେ ଅସ୍କର ପ୍ରଜାତିର ମାଛ କିଣିକି ଘରକୁ ଆଣିଥିଲେ । ଅଙ୍କୁରଙ୍କ କହିବା ଅନୁଯାୟୀ, ମାଛ ଗୁଡ଼ିକ ଯେତେବେଳେ ବଡ ହେବାକୁ ଲାଗିଲେ ସେତେବେଳେ ଏହାର ଗୋଟିଏ ପାର୍ଶ୍ୱରେ ଆଲ୍ଲାହା ଏବଂ ଅନ୍ୟ ପଟେ ମହମ୍ମଦ ଦେଖିବାକୁ ମିଳିଲା।
ଅଙ୍କୁରଙ୍କ ଦୋକାନରେ କାମ କରୁଥିବା ମୁସଲମାନ କାରିଗରମାନେ ଉର୍ଦ୍ଦୁ ଜାଣିଛନ୍ତି । ସେ କହିଥିଲେ ଯେ ଏହି ମାଛ ଉପରେ ଆଲ୍ଲାହା ଓ ମହମ୍ମଦ ଲେଖା ହୋଇଥିଲା । ଅଙ୍କୁର ଏହାକୁ ବିଶ୍ବାସ କରିନଥିଲେ ଏବଂ ଦୋକାନକୁ ଉର୍ଦ୍ଦୁ-ଆରବୀ ଜାଣିଥିବା ଅନ୍ୟ କେତେକ ଲୋକଙ୍କୁ ଡାକି ଦେଖାଇଲେ । ସେମାନେ ମଧ୍ୟ ମାଛ ଉପରେ ଏହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ମାଛ ଉପରେ ମହମ୍ମଦ ଏବଂ ଆଲ୍ଲାହାଙ୍କ ଲେଖା ହୋଇଥିବା ବିଷୟରେ ସମଗ୍ର ଜିଲ୍ଲାରେ ଭାଇରାଲ୍ ହେବାରେ ଲାଗିଛି । ଯାହା ପରେ ଏହାକୁ ଦେଖି ଅନେକ ମୁସଲମାନ ସମ୍ପ୍ରଦାୟମାନେ ସେହି ମାଛ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି ଲଗାଇଛନ୍ତି ।
Powered by Froala Editor