ଆଖିରେ ଲୁହ ଭରିଲା ବିପିନ ରାୱତଙ୍କ ଶେଷ ବାର୍ତ୍ତା

ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତରେ ଦେଶର ପ୍ରଥମ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ୍ ରାୱତଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର ଦିନକ ପୂର୍ବରୁ ଅର୍ଥାତ ୭ ତାରିଖରେ ‘ବିଜୟ ପର୍ବ’ ପାଇଁ ସେ ଆଗୁଆ ରେକର୍ଡ କରିଥିବା ବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ଜରିଆରେ ବିପିନ ରାୱତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତର ଜଳ, ସ୍ଥଳ ଓ ଆକାଶ ବାହିନୀଙ୍କ ବୀରତ୍ୱ ପାଇଁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ବିଜୟ ଦିବସ ଉପଲକ୍ଷେ ୧୨ରୁ ୧୪ ଡିସେମ୍ବର ଯାଏଁ ଇଣ୍ଡିଆ ଗେଟ୍ରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହା ଅତ୍ୟନ୍ତ ସୌଭାଗ୍ୟର ବିଷୟ ଯେ ଆମ ସାହସୀ ସହିଦମାନଙ୍କ ସ୍ମୃତିରେ ପ୍ରତିଷ୍ଠିତ ଅମର ଜୱାନ ଜ୍ୟୋତିର ନିଆଁର ଛାୟା ତଳେ ବିଜୟ ପାର୍ବ ଆୟୋଜିତ ହେଉଛି। ଏହି ବିଜୟର ଉତ୍ସବରେ ଭାଗ ନେବାକୁ ଆମେ ସମସ୍ତ ଦେଶବାସୀଙ୍କୁ ଆମନ୍ତ୍ରଣ କରୁଛୁ। ଆମେ ଆମର ସୈନ୍ୟବାହିନୀ ପାଇଁ ଗର୍ବିତ, ଆସନ୍ତୁ ଏକାଠି ହୋଇ ବିଜୟର ପର୍ବ ପାଳନ କରିବା ବୋଲି ସିଡିଏସ୍ କହିଛନ୍ତି।
ଅନ୍ୟପଟେ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍ ଆଗରେ ପାଳନ ହେବ୧୯୭୧ ମସିହା ଯୁଦ୍ଧର ବିଜୟ ଉତ୍ସବ । ଏହି ଅବସରରେ ସିଡିଏସଙ୍କ ବିପିନ ରାୱତଙ୍କ ଶେଷ ଭିଡ଼ିଓ ବାର୍ତ୍ତା ପୂରା ଭାରତୀୟ ସେନା ଓ ଭାରତବାସୀଙ୍କୁ ଭାବୁକ କରିଦେଇଛି । ସ୍ୱର୍ଣ୍ଣିମ ବିଜୟ ପର୍ବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍ଘାଟନ କରିଥିଲେ। ଏହି ସମୟରେ ସେ ଦିବଙ୍ଗତ ଜେନେରାଲ ବିପିନ ରାୱତଙ୍କୁ ମନେ ପକାଇଛନ୍ତି।
Powered by Froala Editor