ଆଜି ଦେଶରେ କରୋନା ନେଲା ୩୦୬ ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଣ୍ଟାରେ ୭ହଜାର ୭୭୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ଭିତରେ ୩୦୬ଜଣ କରୋନାରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୭୫ହଜାର ୪୩୪କୁ ବୃଦ୍ଧି ପାଇଛି । ମୃତୁ୍ୟ ହାର ୧.୩୭ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଆଜି ୯ହଜାର ୨୬୫ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୬ ପ୍ରତିଶତ ରହିଛି ।
ଅପରପକ୍ଷରେ ସକ୍ରିୟ ମାମଲା ୮ହଜାର ୪୬୪ ରହିଛି । ସକ୍ରିୟ ମାମଲା ୦.୨୭ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୩୨କୋଟି ୯୩ଲକ୍ଷ ୮୪ହଜାର ୨୩୦ ଜଣଙ୍କୁ ଟିକାଦାନ କରାଯାଇଛି । ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩କୋଟି ୪୧ ଲକ୍ଷ ୨୨ହଜାର ୭୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Powered by Froala Editor