ଆଟ ରିସ୍କ ଦେଶରୁ ଆସିଥିବା ୪ ପଜିଟିଭ

ଭୁବନେଶ୍ୱର: ଭୟ ବଢାଉଛି ଓମିକ୍ରନ । ସାରା ବିଶ୍ବବାସୀଙ୍କ ମନରେ କୋରୋନାର ଏହି ନୂଆ ଭାରିଆଣ୍ଟ ଏବେ ପୁଣି ଭୟକୁ ଦ୍ବିଗୁଣିତ କରିଛି । ବିଶ୍ବର ଗୋଟିଏ ପରେ ଗୋଟିଏ ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଓଡ଼ିଶା ପାଇଁ ଏକ ଚିନ୍ତାଜନକ ଖବର ସାମନାକୁ ଆସିଛି ।
ତାହା ହେଲା ଆଟ ରିସ୍କ ବା ଓମିକ୍ରମ ଚିହ୍ନଟ ଦେଶରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ୪ ନମୁନା ଜେନମ ସିକୁ୍ୟଏନ୍ସ ପାଇଁ ପଠାଯାଇଛି । ଗତକାଲି ସୁଦ୍ଧା ଆଟ ରିସ୍କ ଦେଶରୁ ମୋଟ ୯୮୨ ଜଣ ଆସିଛନ୍ତି । ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ଓମିକ୍ରନ ପାଇଁ ସାରା ବିଶ୍ୱର ଚିନ୍ତା ବଢିଥିବାବେବେଳେ ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ଅନେକ କଟକଣା ଲଗାଯାଇଥିଲା । ଏହା ସତ୍ତ୍ୱେ ଭାରତରେ ଓମିକ୍ରନ ପଶି, ଗୋଟିଏ ପରେ ଗୋଟିଲ ରାଜ୍ୟରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଓଡିଶାରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
Powered by Froala Editor