ମମିତା ମାମଲାରେ ବଡ଼ ଖବର: ରାଜ୍ୟ ସରକାର ଦାଖଲ କଲେ ଷ୍ଟାଟସ ରିପୋର୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ମମିତା ନିଆଁ ହୁତୁ ହୁତୁ ହୋଇ ଜଳୁଛି । ମମିତା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ବିରୋଧୀ ଦାବି କରିଆସୁଛନ୍ତି । ଏହା ସତ୍ତ୍ୱେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି । ଅନ୍ୟପଟେ ପ୍ରବଳ ବିରୋଧ ସତ୍ତ୍ୱେ ବି ଦିବ୍ୟଶଙ୍କର ଗତ ୩ ଦିନ ହେଲା ବିଧାନସଭା ଆସୁଛନ୍ତି । ଯାହାକୁ ବିରୋଧ କରି ବିରୋଧୀ ବିଧାନସଭାରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।
ଏହାରି ଭିତରେ ଆଜି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମମିତା ମେହେର ହତ୍ୟା ମାମଲାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ରାଜ୍ୟ ସରକାର ଆଜି ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ତଦନ୍ତର ଅଗ୍ରଗତି ନେଇ ଏକ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରାଯାଇଛି । ଏହି ମାମଲାରେ ମମିତାଙ୍କ ବାପା ଓ ଭାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲେ ।
ଅନ୍ୟପଟେ ମମିତା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ବିରୋଧୀ ଦାବି କରିଆସୁଛନ୍ତି । ଏହା ସତ୍ତ୍ୱେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି । ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ଅଭିଯୋଗ କରିଛି ବିଜେପି । ତାଙ୍କୁ ନିଦରୁ ଉଠାଇବା ପାଇଁ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ମଧ୍ୟ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି । ବିଜେପି କର୍ମକର୍ତ୍ତାମାନେ ଘଣ୍ଟ ବଜାର ଏହାର ପ୍ରତିବାଦ କରିଛନ୍ତି । ସରକାରଙ୍କୁ ସଜାଗ ରହିବାକୁ ଆହ୍ୱାନ କରି ଏହି ଘଣ୍ଟମାଡ଼ କରାଯାଇଛି ।
ପୂର୍ବରୁ ଆଜି ଗୃହ ମୁଲତବୀ ପରେ ବିଜେପି ପକ୍ଷରୁ ଏକ ଅଭିନବ ଉପାୟରେ ବିରୋଧ କରାଯାଇଛି । ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ପ୍ରବେଶ କରିବା ଯୋଗୁଁ ପବିତ୍ର ଗୃହ ଅପବିତ୍ର ହୋଇଯାଇଛି । ତେଣୁ ଗୃହକୁ ପବିତ୍ର କରିବା ପାଇଁ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ରଥମେ ଗୋବର ପାଣି ଓ ପରେ ଗଙ୍ଗା ଜଳ ସିଞ୍ଚନ କରିଛନ୍ତି ।
Powered by Froala Editor