ମାଷ୍ଟରକ୍ୟାଣ୍ଟିନରେ ଘଣ୍ଟ ବଜାଇଲା ବିଜେପି

ଭୁବନେଶ୍ୱର: କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ବିଧାନସଭାରେ ଅଚଳାବସ୍ତା ଲାଗି ରହିଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଏବଂ ସିବିଆଇକୁ ଏହି ଘଟଣାର ତଦନ୍ତ ଦିଆଯାଉ ନଚେତ୍ ଗୃହ ଚଳାଇ ଦେବୁନାହିଁ । ତୃତୀୟ ଦିନରେ ମଧ୍ୟ ସମାନ ଦାବିରେ ଆଡି ବସିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ । ଫଳରେ ଆଜକୁ ୩ ଦିନ ହେଲା ଗୃହ କାର୍ୟ୍ୟ ସ୍ୱାଭାବିକ ହୋଇପାରୁ ନାହିଁ ।
ଆଜି ଗୃହକୁ ବାଚସ୍ପତି ଦିନ ସାଢେ ୧୧ ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିବା ପରେ ବିରୋଧ ବିଜେପି ପକ୍ଷରୁ ବିଧାନସଭା ବାହାରେ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ପ୍ରବେଶ କରିବା ଯୋଗୁଁ ପବିତ୍ର ଗୃହ ଅପବିତ୍ର ହୋଇଯାଇଛି । ତେଣୁ ଗୃହକୁ ପବିତ୍ର କରିବା ପାଇଁ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ରଥମେ ଗୋବର ପାଣି ଓ ପରେ ଗଙ୍ଗା ଜଳ ସିଞ୍ଚନ କରିଛନ୍ତି ।
ଅନ୍ୟପଟେ ମମିତା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ବିରୋଧୀ ଦାବି କରିଆସୁଛନ୍ତି । ଏହା ସତ୍ତ୍ୱେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି । ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ଅଭିଯୋଗ କରିଛି ବିଜେପି । ତାଙ୍କୁ ନିଦରୁ ଉଠାଇବା ପାଇଁ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ମଧ୍ୟ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି । ବିଜେପି କର୍ମକର୍ତ୍ତାମାନେ ଘଣ୍ଟ ବଜାର ଏହାର ପ୍ରତିବାଦ କରିଛନ୍ତି । ସରକାରଙ୍କୁ ସଜାଗ ରହିବାକୁ ଆହ୍ୱାନ କରି ଏହି ଘଣ୍ଟମାଡ଼ କରାଯାଇଛି ।
Powered by Froala Editor