ଆଜି ଦେଶରେ ୨୩୬ ମୁଣ୍ଡ ନେଲା କରୋନା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପର ତଳ ହେଉଥିବାବେଳେ, ମୃତୁ୍ୟ ସଂଖ୍ୟାରେ ରୋକ ଲାଗୁନି । ଆଜି ଦେଶରେ ୮ହଜାର ୩୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳ ୨୩୬ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ମୃତୁ୍ୟ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଆଜି ଦେଶରେ କରୋନା ମୃତକଙ୍କୁ ମିଶାଇ, ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୪ଲକ୍ଷ ୬୬ହଜାର ୫୮୪କୁ ବୃଦ୍ଧି ପାଇଛି । ମୃତୁ୍ୟହାର ୧.୩୫ପ୍ରତିଶତ ରହିଛି ।
ସେହିପରି ଆଜି ଦେଶରେ ୯ହଜାର ୯୦୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୪ ପ୍ରତିଶତ ରହିଛି । ଅପରପକ୍ଷରେ ସକ୍ରିୟ ମାମଲା ୧ଲକ୍ଷ ୩ହଜାର ୮୫୯ରହିଛି । ୫୪୪ ଦିନ ପରେ ଏହା ସର୍ବନିମ୍ନ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୩କୋଟି ୩୯ଲକ୍ଷ ୯୮ହଜାର ୨୭୮ ଲୋକ ସୁସ୍ଥ ହୋଇଛନ୍ତି ।
Powered by Froala Editor