EDରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ବର: ଗୋପାଳପୁର ବିଧାୟକ ଅର୍ଥ କାରବାର ଖୋଲିବ ରାଜ । ଆଜି ଜେରା ପାଇଁ EDରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଭୟ ପାଠକ ଓ ଝିଅ ଶ୍ରୁତି ପାଣିଗ୍ରାହୀଙ୍କ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଦୀପ । ଏହାପରେ ସେ ବେଲରେ ଆସିଥିଲେ ।
ତେବେ ବିଧାୟକଙ୍କ ଅର୍ଥ କାରବାରର ରାଜ ଜାଣିବା ପାଇଁ ପ୍ରଦୀପଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାର ଆଧାରରେ ସେ ଆଜି ଇଡିରେ ହାଜର ହୋଇଛନ୍ତି । ଏପରିକି ତାଙ୍କ ସହ ପାଠକ ପରିବାରର କିଛି ଅର୍ଥ କାରବାର ହୋଇଥିବା ପୂର୍ବରୁ ସାମ୍ନାକୁ ଆସିଥିଲା । ଯାହାକୁ ଆଧାରକରି ପୂର୍ବରୁ ତାଙ୍କ ଝିଅଙ୍କୁ ୬ ଘଣ୍ଟା ଜେରା କରିଥିଲା ଇଡି।
Powered by Froala Editor