୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ
ନୂଆଦିଲ୍ଲୀ: ୩୦ବର୍ଷର ପୁରୁଣା ଏକ ଦୁର୍ନୀତି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଗୁଜରାଟ ରାଜ୍ୟ ସରକାରଙ୍କ ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କରିଛନ୍ତି। ୧୯୯୬ ମସିହାରେ ୨୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜଣେ ଗ୍ରାମ ପଞ୍ଚାୟତସ୍ତର ରାଜସ୍ବ ଅଧିକାରୀ ଓ ଜଣେ ପିଅନ ବିଚାର ବିଭାଗୀୟ ଅଦାଲତ ଓ ହାଇକୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏବେ ସୁପ୍ରିମକୋର୍ଟ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଜଣେ ଛାତ୍ରଙ୍କୁ ଆୟ ପ୍ରମାଣପତ୍ର (ଇନକମ୍ ସାର୍ଟିଫିକେଟ୍) ପ୍ରଦାନ କରିବା ଲାଗି ବେଚରି ଗ୍ରାମ ପଞ୍ଚାୟତ ଅଫିସ ୧୨୦ ଟଙ୍କା ଲାଞ୍ଚ ଦାବି କରିଥିଲା। ରାଜସ୍ବ ଅଧିକାରୀ ନିଜ ପାଇଁ ୧୦୦ ଟଙ୍କା ଓ ପିଅନ ପାଇଁ ୨୦ଟଙ୍କା ଦାବି କରିଥିଲେ। ଛାତ୍ର ଜଣଙ୍କ ଏ ସମ୍ପର୍କରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଏସିବି ଏହାର ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁଯାୟୀ ପିଅନ ଜଣଙ୍କ ଛାତ୍ରଙ୍କ ଠାରୁ ୨୦ଟଙ୍କା ଲାଞ୍ଚ ନେବାବେଳେ ଏସିବି ହାତରେ ଧରା ପଡିଥିଲେ। ଏହି ଘଟଣାରେ ଉଭୟ ଗିରଫ ହୋଇଥିଲେ।
Powered by Froala Editor