ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ସମ୍ପତ୍ତିରୁ ବେଦଖଲ
ବୃଦ୍ଧ ବାପା-ମାଆଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ପି.ଏସ୍. ନରସିଂହା ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବୃଦ୍ଧ ନାଗରିକଙ୍କ ସୁରକ୍ଷା ଓ ଭରଣପୋଷଣ ପାଇଁ ଆବଶ୍ୟକ ହେଲେ ଟ୍ରିବ୍ୟୁନାଲ୍ଙ୍କ ପାଖରେ ବେଦଖଲ ଆଦେଶ ଦେବାର କ୍ଷମତା ରହିଛି।
ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଅଫ ପ୍ୟାରେଣ୍ଟସ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ, ୨୦୦୭ ଅନୁଯାୟୀ, ଗଠିତ ଟ୍ରିବ୍ୟୁନାଲ୍ର ଅଧିକାର କେବଳ ବୃଦ୍ଧଙ୍କୁ ଭରଣପୋଷଣ ଦେବାରେ ସୀମିତ ନୁହେଁ। ଆବଶ୍ୟକ ହେଲେ, ବୃଦ୍ଧ ପିତାମାତାଙ୍କ ସୁରକ୍ଷା, ଭରଣପୋଷଣ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ପାଇଁ ସନ୍ତାନ କିମ୍ବା ଅନ୍ୟ ସମ୍ପର୍କୀୟଙ୍କୁ ସମ୍ପତ୍ତିରୁ ବେଦଖଲ କରିବାକୁ ଟ୍ରିବ୍ୟୁନାଲ୍ ଆଦେଶ ଦେଇପାରିବ।
ଏହି ମାମଲା ରବି କାନ୍ତ ଗୁପ୍ତା ବନାମ ଉତ୍ତରପ୍ରଦେଶ ସରକାର ସହ ସମ୍ପର୍କିତ। ଲକ୍ଷ୍ନୌର ବିକାଶ ନଗରରେ ଥିବା ଏକ ଘରକୁ ନେଇ ବିବାଦ ହୋଇଥିଲା। ରବି କାନ୍ତ ଗୁପ୍ତା ଏହି ଘରର ମାଲିକ ଥିଲେ। ତାଙ୍କ ୮୧ ବର୍ଷୀୟ ମାଆଙ୍କୁ ଘରେ ରହିବାରେ ସମସ୍ୟା ହେବା ପରେ ତାଙ୍କୁ ଶେଷରେ ବୃଦ୍ଧାଶ୍ରମରେ ରହିବାକୁ ପଡ଼ିଥିଲା। ଏହାପରେ ରବି କାନ୍ତ ଗୁପ୍ତା ୨୦୨୨ ଜୁନ୍ ୫ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରି ନିଜ ପୁଅଙ୍କୁ ଘରୁ ବେଦଖଲ କରିବାକୁ ଦାବି କରିଥିଲେ।
ଅଭିଯୋଗ ପରେ ଉପଜିଲ୍ଲାପାଳ ୨୦୨୨ ନଭେମ୍ବର ୧୫ରେ ପୁଅଙ୍କୁ ବେଦଖଲ କରିବାକୁ ଆଦେଶ ହୋଇଥିଲା। ପରେ ୨୦୨୩ ଅଗଷ୍ଟ ୯ରେ ଜିଲ୍ଲାପାଳ ମଧ୍ୟ ଏହି ଆଦେଶକୁ ବଜାୟ ରଖି ରବି କାନ୍ତଙ୍କ ପୁଅ ଓ ବୋହୁଙ୍କୁ ଘର ଖାଲି କରିବାକୁ କହିଥିଲେ।
Powered by Froala Editor