୧ରୁ ମହଙ୍ଗା ହେବ ଜିଓ ରିଚାର୍ଜ, ଜାଣନ୍ତୁ କେଉଁ ପ୍ଲାନରେ ବଢ଼ିବ କେତେ ଟଙ୍କା...
ରିଲାଏନ୍ସ ଜିଓ ଏହାର ପ୍ରିପେଡ୍ ପ୍ଲାନ ମହଙ୍ଗା କରିବାକୁ ଘୋଷଣା କରିଛି। ଡିସେମ୍ବର ୧ ତାରିଖରୁ ରିଲାଏନ୍ସ ଜିଓ ତା’ର ପ୍ରିପେଡ୍ ପ୍ଲାନର ବୃଦ୍ଧି କାର୍ଯ୍ୟକାରୀ ହେବ। ପ୍ରିପେଡ୍ ଟାରିଫ୍ ଦର ବୃଦ୍ଧି ସହ ଜିଓ ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ଏୟାର୍ଟେଲ୍ ଓ ଆଇଡିଆ-ଭୋଡାଫୋନ୍ ପରେ ଗ୍ରାହକଙ୍କୁ ଶକ୍ତ ଝଟ୍କା ଦେଇଛି ଜିଓ। ଅନ୍ୟ ଦେଶ ତୁଳନାରେ ଭାରତରେ ଡାଟା ଶସ୍ତା କହି କହି କେନ୍ଦ୍ର ସରକାର ଓ କମ୍ପାନୀମାନେ ଗ୍ରାହକଙ୍କ ପିଠିରେ ବୋଝ ପରେ ବୋଝ ଲଦି ଦେଉଛନ୍ତି। ଜିଓ ରବିବାର କିଛି ନିର୍ଦ୍ଦିଷ୍ଟ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ର ମୂଲ୍ୟ ବୃଦ୍ଧି କରିଛି। ସୁବଠାରୁ ଅଧିକ ଗ୍ରହଣ କରାଯାଉଥିବା ରିଚାର୍ଜ ପ୍ଲାନ୍ରେ ୪୮୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢ଼ାଇଛି।
ଡିସେମ୍ବର ୧ ତାରିଖରୁ ୭୫ ଟଙ୍କା ବିଶିଷ୍ଟ ଜିଓଫୋନ୍ ପ୍ଲାନ୍ ଏବେ ୯୧ ଟଙ୍କା ହେବ। ୧୨୯ ଟଙ୍କା ପ୍ଲାନ ବଢ଼ିକି ୧୫୫ ଟଙ୍କା, ୧୪୯ ଟଙ୍କାର ପ୍ଲାନ୍ ୧୭୯ ଟଙ୍କା, ୧୯୯ ଟଙ୍କାର ପ୍ଲାନର ଦର ୨୩୯ ଟଙ୍କା, ୨୪୯ ଟଙ୍କାର ପ୍ଲାନ୍ ୨୯୯ ଟଙ୍କା ହେବ। ୩୯୯ ଟଙ୍କାର ପ୍ଲାନ୍ ୪୭୯ ଟଙ୍କା, ୪୪୪ ଟଙ୍କାର ପ୍ଲାନ୍ ୫୩୩ ଟଙ୍କା, ୩୨୯ ଟଙ୍କାର ପ୍ଲାନର ଦର ୩୯୫ ଟଙ୍କା, ୫୫୫ ଟଙ୍କାର ପ୍ଲାନ୍ ୬୬୬ ଟଙ୍କା, ୫୯୯ ଟଙ୍କାର ପ୍ଲାନ୍ ୭୧୯ ଟଙ୍କା, ୧୨୯୯ ଟଙ୍କାର ପ୍ଲାନ୍ ୧୫୫୯ ଟଙ୍କା ହେବ। ଶେଷରେ ୨୩୯୯ ଟଙ୍କାର ପ୍ଲାନର ଦର ୨୮୭୯ ଟଙ୍କାକୁ ବୃଦ୍ଧି ପାଇଛି।
ଟପ୍-ଅପ୍ ପ୍ଲାନ୍ ପାଇଁ ଟାରିଫ୍ ମଧ୍ୟ ବଢ଼ାଇଛି ଜିଓ। ୫୧ ଟଙ୍କାରେ ୬ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ଏବେ ୬୧ ଟଙ୍କା ହେବ। ୧୦୧ ଟଙ୍କାରେ ୧୨ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୧୨୧ ଟଙ୍କା ଏବଂ ୨୫୧ ଟଙ୍କାର ୫୦ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୩୦୧ ଟଙ୍କା ହେବ।
Powered by Froala Editor