ଗୁଣିଗାରେଡ଼ି ସନେ୍ଦହରେ ଦମ୍ପତିଙ୍କୁ ହାଣିଦେଲେ
ରାଇରଙ୍ଗପୁର : ଗୁଣିଗାରେଡ଼ି ସନେ୍ଦହରେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ସଂଘଟିତ ହୋଇଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ୱାମୀ, ସ୍ତ୍ରୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଉଭୟଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି ଦୁର୍ବୃତ୍ତ ।
ଘଟଣାସ୍ଥଳରେ ସ୍ୱାମୀର ମୃତୁ୍ୟ ହୋଇଥିବା ବେଳେ ପତ୍ନୀ ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଛନ୍ତି । ମୃତକ ହେଲେ ବହଳଦା ଥାନା ଗମ୍ଭାରିଆ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ମାନସିଂ ସୋରେନ (୫୨) । ତାଙ୍କ ସ୍ତ୍ରୀ ସାଲହୋମଣିଙ୍କୁ ସଂକଟାପନ୍ନ ଅବସ୍ଥାରେ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Powered by Froala Editor