ଆଜିଠୁ ବିଧାୟକଙ୍କ କରୋନା ଟେଷ୍ଟ
ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏନେଇ ଆଜିଠୁ ବିଧାୟକ ଓ ଗୃହ କାର୍ୟ୍ୟରେ ଯୋଗଦେଉଥିବା ସମସ୍ତ କର୍ମଚାରୀଙ୍କର ହେଉଛି କରୋନା ଟେଷ୍ଟ । ଆଜିଠୁ ୩୦ ତାରିଖ ଯାଏଁ ତିନି ଦିନ ଧରି ହେବ କୋଭିଡ୍ ଟେଷ୍ଟିଂ । ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ହେବ ଟେଷ୍ଟିଂ । ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକଙ୍କର କରୋନା ଟେଷ୍ଟ କରାଯାଉଛି । ସେହିଭଳି ସାମ୍ବାଦିକ ଓ ସୁରକ୍ଷାକର୍ମୀଙ୍କର ମଧ୍ୟ କରୋନା ଟେଷ୍ଟ ହେଉଛି । ସମସ୍ତଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ୍ ଆସିଲେ ଶୀତକାଳୀନ ଅଧିବେଶନକୁ ଅନୁମତି ମିଳିବ ।
ଅନ୍ୟପକ୍ଷରେ ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । କିଭଳି ସୁରୁଖୁରରେ ଗୃହ କାର୍ୟ୍ୟ ଚାଲିବ, ସେ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ସମସ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବେ । ବିନା କୌଣସି ହୋ-ହାଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ହେବ ଆଲୋଚନା । ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।
Powered by Froala Editor