ଚିକିତ୍ସା ନିମନ୍ତେ ଜର୍ମାନୀରେ ଅଛନ୍ତି ମିଷ୍ଟର ଇଣ୍ଡିଆ
ମୁମ୍ବାଇ: ଅସୁସ୍ଥ ହୋଇ ପଡ଼ିଛନ୍ତି ଅନିଲ କପୁର । ୬୦ ପରେ ବି ଚଳଚଞ୍ଚଳ ରହୁଥିବା ତଥା ସବୁବେଳେ ବିନ୍ଦାସ ରହୁଥିବା ମିଷ୍ଟର ଇଣ୍ଡିଆ ଏବେ ଚିକିତ୍ସା ନିମନ୍ତେ ଜର୍ମାନୀରେ ଅଛନ୍ତି। ଏକ ଭିଡଓ ଶେଆର କରି ଏ ନେଇ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ଅନିଲ କପୁର। ଦୀର୍ଘ ବର୍ଷ ହେଲାଣି ଅନିଲ ପାଦରେ ଯନ୍ତ୍ରଣାଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। ଏହାର ଚିକିତ୍ସା ନିମନ୍ତେ ନିଜ ଟାଇଟ୍ ସିଡ୍ୟୁଲରୁ ବ୍ରେକ୍ ନେଇ ସେ ଜର୍ମାନୀ ଯାଇଛନ୍ତି।
ଅନିଲ କପୁର ଶେଷ ଥର ପାଇଁ ଅନୁରାଗ କଶ୍ୟପଙ୍କ ଥ୍ରୀଲର ଫିଲ୍ମ ‘ଏକେ ଭର୍ସେସ୍ ଏକେ’ ରେ ଦେଖା ଯାଇଥିଲେ। ଏହାବାଦ ‘ଆନିମଲ’, ‘ୟୁଗ ୟୁଗ ଜିଓ’ରେ ବି ନଜର ଆସିବେ। ଏହି ଫିଲ୍ମରେ ସେ ନୀତୁ କପୁରଙ୍କ ସହ ସ୍କ୍ରିନ୍ ଶେଆର କରିବେ।
Powered by Froala Editor