ଭୟଙ୍କର ରୂପ ଧରି ଆସୁଛି ‘ଭେଡିୟା’

‘ଭେଡ଼ିୟା’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଫିଲ୍ମର ପ୍ରଥମ ଲୁକ୍ରେ ବରୁଣ ଧାୱନ ବହୁତ ଭୟାନକ ରୂପରେ ନଜର ଆସିଛନ୍ତି। ଅନ୍ଧାରରେ ଚମକୁଥିବା ଆଖି ଓ ବିରାଟକାୟ କ୍ରୋଧ ଜର୍ଜରିତ ମୁହଁ ଦେଖିବାକୁ ମିଳିଛି । ଏହା ଏକ ହରର୍-କମେଡ଼ି ଚଳଚ୍ଚିତ୍ର, ଯେଉଁଥିରେ ବରୁଣ ସାମରିକ ଅଧିକାରୀ କ୍ଷେତ୍ରପାଲ ଭୂମିକାରେ ଅଛନ୍ତି । ଚଳଚ୍ଚିତ୍ରର ଶୁଟିଂ ଅରୁଣାଞ୍ଚଳ ପ୍ରଦେଶର ଘଞ୍ଚ ଅରଣ୍ୟରେ କରାଯାଇଛି। ବରୁଣ-କୃତି ସାନୋନଙ୍କ ବ୍ୟତୀତ ଦୀପକ ଡୋବରିୟାଲ ଓ ଅଭିଷେକ ବାନାର୍ଜୀ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ ହୋଇଛନ୍ତି। ଅମର କୌଶିକ ନିର୍ଦେଶିତ ‘ଭେଡ଼ିୟା’ ୨୫ ନଭେମ୍ବର ୨୦୨୨ରେ ମୁକ୍ତିଲାଭ କରିବ।
Powered by Froala Editor