ଶୀତ ଅଧିବେଶନରେ ଆସିପାରେ କ୍ରିପ୍ଟୋ କରେନ୍ସିଂ ବିଲ୍
ଆରବିଆଇ ଦ୍ୱାରା ଜାରି ହେବାକୁ ଥିବା ଅଫିସିଆଲ ଡିଜିଟାଲ ମୁଦ୍ରା ପାଇଁ କ୍ରିପ୍ଟୋ କରେନସିଂ ବିଧେୟକ ଆସିବ । ୨୯ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ଏହି ବିଲ୍ ଆସିପାରେ । ଏଥି ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ତେବେ ଘରୋଇ କ୍ରିପ୍ଟୋ କରେନ୍ସିଂର ବ୍ୟବହାର ଭାରତରେ ବ୍ୟାନ ରହିବ ।
ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କେନ୍ଦ୍ର ସରକାର ପ୍ରାୟ ୨୬ଟି ବିଲ୍ ଗୃହରେ ଉପସ୍ଥାପନ କରିବେ। ଏହା ମଧ୍ୟରେ କ୍ରିପ୍ଟୋକରେନ୍ସି ସଂକ୍ରାନ୍ତ ବିଲ୍ ମଧ୍ୟ ରହିଛି। ଏହି ପ୍ରସ୍ତାବ ବିଲର ନାମ ହେଉଛି ‘କ୍ରିପ୍ଟୋକରେନ୍ସି ଆଣ୍ଡ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍ ୨୦୨୧। ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସରକାରୀ ସୂତ୍ରରୁ ଏପରି ଖବର ପ୍ରକାଶ କରିଛି। ବିଲ୍ ଜରିଆରେ କେନ୍ଦ୍ର ସରକାର ଦେଶରେ ବ୍ୟବହାର ହେଉଥିବା ସମସ୍ତ ପ୍ରକାରର ଘରୋଇ କ୍ରିପ୍ଟୋକରେନ୍ସି ଉପରେ ବ୍ୟାନ ଲଗାଇବେ। କିନ୍ତୁ କେତେକ ନୀତିକୁ ଅନୁମତି ଦିଆଯାଇପାରେ। ଏଥିସହ ଆରବିଆଇ ଅଫିସିଆଲ ଡିଜିଟାଲ କରେନ୍ସି ତିଆରି ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବ। ସୂଚନା ଯେ, ସଂସଦର ଶୀତ ଅଧିବେଶନରେ ମୋଟ ୨୬ଟି ବିଲ ଆସିବାକୁ ଥିବା ବେଳେ, ୩ କଳା କୃଷି ଆଇନ ଉଚ୍ଛେଦ ବିଲ ମୁଖ୍ୟ ପ୍ରସଙ୍ଗ ରହିବ ।
Powered by Froala Editor