ଶ୍ରୀମନ୍ଦିର ଐତିହ କରିଡର ପାଇଁ ଝଲସିବ ଜଗନ୍ନାଥ ଧାମ ପୁରୀ

ପୁରୀ: ମନ୍ତ୍ର ଧ୍ୱନିରେ ଆଜି ଚତୁଃର୍ଦିଗ ପ୍ରକମ୍ପିତ । ଭାବର ଆବେଗରେ ଭାବ ବିହୋଳ ପୁରୀବାସୀ । ସବୁ ପ୍ରତୀକ୍ଷାର ଅବସାନ ପରେ ଆଜି ଶ୍ରୀମନ୍ଦିର ଐତିହ କରିଡର ପାଇଁ ଶିଳାନ୍ୟାସ ହୋଇଛି । ଏଥିପାଇଁ ପୁରୀରେ ତିନି ଧରି ଚାଳିଥିବା ମହାଯଜ୍ଞର ଆଜି ପୂର୍ଣ୍ଣାହୂତି ହୋଇଛି । ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ଦିବ୍ୟସିଂହ ଦେବ ମହାଯଜ୍ଞ ସ୍ଥଳରେ ପହଞ୍ଚି ପିବତ୍ର ଶିଳାରେ ହଳଦି, ଚନ୍ଦନ, ସିନ୍ଦୁର ଲଗାଇ ଯଜ୍ଞର ପୂର୍ଣ୍ଣାହୂତି ଦେଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା କରୁଛନ୍ତି ।
ସବୁଠୁ ବଡ କଥା ହେଲା ଏହି ଐତିହ କରିଡର ପାଇଁ, ଏଣିକି ଝଲସିବ ଜଗନ୍ନାଥ ଧାମ ପୁରୀ । ଭକ୍ତ ମାନଙ୍କ ପାଇଁ ଏହି ପ୍ରକଳ୍ପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ପୁରୀ ଆସିଲେ ଏକ ସୁନ୍ଦର ଅନୁଭୂତି ନେଇ ଯିବେ । ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସୃଷ୍ଟି ସହ ସବୁଜ ବଳୟ ସୃଷ୍ଟି ହେବ ଓ ଚାରିପାଖରେ ଥିବା ମଠ ଓ ମନ୍ଦିର ଗୁଡିକର ପୁନଃବିକାଶ କରାଯିବ । ଏହା ସହିତ ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ, ସୂଚନା କେନ୍ଦ୍ର ଓ ଦାନ କେନ୍ଦ୍ର କରାଯିବ ।
ସେହିପରି ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ । ପାନୀୟ ଜଳ, ପ୍ରାଥମିକ ଚିକିସôା କେନ୍ଦ୍ର ଓ ଏଟିଏମ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ଏଯାଏ ସ୍ୱଇଚ୍ଛାରେ ଜମି ଦେଇଥିଲେ ପୁରୀବାସୀ । ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୮୦୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
Powered by Froala Editor