ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ, ଯୁବକଙ୍କୁ ଠେଙ୍ଗାରେ ପିଟି ପଟି ହତ୍ୟା କଲେ ଗୋଟିଏ ପରିବାରର ୬ ସଦସ୍ୟ
ଶୁଳିଆପଦା : ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପଟି ହତ୍ୟା କରିଛନ୍ତି ଗୋଟିଏ ପରିବାରର ୬ ଜଣ ସଦସ୍ୟ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ମଡ଼ାଉକା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଅଭିଯୋଗ ମୁତାବକ, ମଡ଼ାଉକା ଗ୍ରାମର ରଥ ଧଳ (୪୦) ଗତକାଲି ସାତଭାୟା ହାଟକୁ ଯାଇଥିବାବେଳେ ସେଠାରେ ଜଣେ ମହିଳାଙ୍କୁ ସେ କୁଆଡେ଼ ଅଶ୍ଳୀଳ ଇଙ୍ଗିତ କରିଥିଲେ । ମହିଳା ଜଣକ ଘରକୁ ଆସି ଘଟଣା ବିଷୟରେ ଜଣାଇବା ପରେ ଘର ଲୋକଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା ।
ସେମାନେ ରକ୍ତମୁଖା ହୋଇ ରଥଙ୍କୁ ଖୋଜି ବୁଲିଥିଲେ ଏବଂ ସେହି ରାତିରେ ତାଙ୍କୁ ଠାବ କରି ବାଉଁଶ ଠେଙ୍ଗାରେ ନିର୍ଘାତ ମାଡ଼ ମାରିଥିଲେ । ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣ ଆଗରେ ଅସହାୟ ରଥଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା । ତାଙ୍କ ମୃତଦେହ ଅଭିଯୁକ୍ତଙ୍କ ଘର ନିକଟରେ ପଡ଼ିଥିବା ଦେଖି ମୃତକଙ୍କ ପନôୀ ବସୁମତି ଶୁଳିଆପଦା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।
Powered by Froala Editor