ଏହି ଜିଲ୍ଲା ଦାୟିତ୍ୱରେ ଏହି କଂଗ୍ରେସ ନେତା
ଭୁବନେଶ୍ୱର : ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି, ସାଧାରଣ ସଂପାଦ, କାର୍ଯ୍ୟକାରୀ କମିଟି ସଦସ୍ୟ ଓ ସଂପାଦକମାନଙ୍କ ମଧ୍ୟରେ ଜିଲ୍ଲା ଦାୟିତ୍ୱ ବଂଟନ କରିଛନ୍ତି ।
ଏହି କ୍ରମରେ ଅନୁଗୁଳ ଜିଲ୍ଲା ନିମନ୍ତେ ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ ଓ ସଂପାଦକ ସୁରେଶ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ନିମନ୍ତେ ଅଶୋକ କୁମାର ଦାସ ଓ ମନୋଜ କୁମାର ବିଶ୍ୱାଳ, ବରଗଡ଼ ପାଇଁ ରାଜକିଶୋର ଷଢ଼ଙ୍ଗୀ ଓ ମାନସ ଆଚାର୍ଯ୍ୟ, ଭଦ୍ରକ – ସତ୍ୟଶିବ ଦାସ, ସଗ୍ରାମ କେଶରୀ ଦାସ, ଭୁବନେଶ୍ୱର- ଗଣେଶ୍ୱର ବେହେରା ଓ ଶାନ୍ତାୟନ ମିଶ୍ର, ବଲାଙ୍ଗୀର- ସତ୍ୟଭୂଷଣ ସାହୁ ଓ ସୀମାଂଚଳ ଉଲ୍ଲାକା, ବୌଦ୍ଧ - ଆଶଫ ଅଲ୍ଲି ଖାନ ଓ ସୂର୍ଯ୍ୟକାନ୍ତି ବାଗ ଏବଂ ଗୌର ନାୟକ, କଟକ- ସତ୍ୟପ୍ରକାଶ ନାୟକ ଓ ଉମେଶ ଜେନା ଏବଂ ପ୍ରତିମା ମଲ୍ଲିକ, କଟକ ନଗର- ଯଜେ୍ଞଶ୍ୱର ବାବୁ ଓ ଶ୍ରୀୟା ମହାନ୍ତି, ଦେବଗଡ଼ - ରନôମଣି ଉଲ୍ଲାକା ଓ ଦୁର୍ଗା ପାଢ଼ୀ, ଢେ଼ଙ୍କାନାଳ - ସୁରେଶ ମହାପାତ୍ର ଓ ବିଜୟାନନ୍ଦ ଚାଉଳିଆ, ଗଜପତି –ଲଲାଟେନ୍ଦୁ ମହାପାତ୍ର ଓ ନଳିନୀ ସ୍ୱାଇଁ, ଗଞ୍ଜାମ-(ବ୍ରହ୍ମପୁର ଲୋକସଭା)- ଶିବାନନ୍ଦ ରାୟ ଓ ଲିଙ୍ଗରାଜ ସାହୁ, (ଆସ୍କା ଲୋକସଭା) - କିଶୋର ଜେନା ଓ କୈଳାସ ମୁଖି ଏବଂ ହେମରାଜ ବାଗ, ଜଗତସିଂହପୁର- ଭୂଜବଳ ମାଝୀ ଓ ମନୋଜ ସାହୁ, ଯାଜପୁର- ରଜତ ଚୌଧୁରୀ ଓ ନସିର ଅହମ୍ମଦ ଖାନ, ଝାରସୁଗୁଡ଼ା – ସସି୍ମତା ଦେହୁରୀ ଓ ଦୁଲାଲ ଚନ୍ଦ୍ର ପ୍ରଧାନ, କଳହାଣ୍ଡି – ସମରେନ୍ଦ୍ର ମିଶ୍ର ଓ ମୁକେଶ ଜୈନ, କନ୍ଧମାଳ- ବିସ୍ମୟ ମହାପାତ୍ର ଓ ହୁସେନ ଖାନ, କେନ୍ଦ୍ରାପଡ଼ା- କାର୍ଯ୍ୟକାରୀ କମିଟି ସଦସ୍ୟ ପଂଚାନନ କାନୁନଗୋ ଓ ବିପ୍ଲବ ଚୌଧୁରୀ, କେନ୍ଦୁଝର- ସରସ୍ୱତୀ ହେମ୍ରମ ଓ ସନ୍ତୋଷ ନନ୍ଦ ଏବଂ ଶମ୍ଭୁନାଥ ପାଣିଗ୍ରାହୀ, ଖୋର୍ଦ୍ଧା –ରବି ରାୟ, ଓ ଦରିଦ୍ର ନାରାୟଣ ନାୟକ, କୋରାପୁଟ- ଦେବାଶିଷ ପଟ୍ଟନାୟକ ଓ ମହମ୍ମଦ ସବିର ଏବଂ ପ୍ରଭାସ କର ମହାପାତ୍ର, ମାଲକାନଗିରି- ସଦନ ନାୟକ ଓ ଶଶିଭୂଷଣ ପାତ୍ର, ମୟୂରଭଞ୍ଜ- ଅରିନ୍ଦମ ସର୍କେଲ ଓ ବିଜନ ନାୟକ, ମଧୁସ୍ମିତା ସେଠୀ ଏବଂ ଦିଲ୍ଲୀପ ବେହେରା, ନବରଙ୍ଗପୁର- ଦେବାଶିଷ ପଟ୍ଟନାୟକ ଓ କୃଷ୍ଣଚନ୍ଦ୍ର ନେପାକ, ନୟାଗଡ଼ - ରବୀନ୍ଦ୍ର ମଲ୍ଲିକ ଓ ଚନ୍ଦ୍ରଶେଖର ପରିଡ଼ା, ନୂଆପଡ଼ା- ନକୁଳ ନାୟକ ଓ ତରୁଣ ମାଝୀ, ପୁରୀ- ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଅମୀୟ ପାଣ୍ଡବ, ରାୟଗଡ଼ା- ସନ୍ତୋଷ ସିଂ ସାଲୁଜା ଓ ସଂଜୟ କୁମାର ଅଧିକାରୀ, ରାଉରକେଲା- ଆଲୋକ ମିଶ୍ର ଓ ମହେନ୍ଦ୍ର କୁମାର ନାୟକ, ସମ୍ବଲପୁର- କାର୍ଯ୍ୟକାରୀ କମିଟି ସଦସ୍ୟ ଉମାଶଙ୍କର ପଣ୍ଡା ଓ ସରୋଜ ପ୍ରଧାନ ଏବଂ ସୁକାନ୍ତି ଦାସ, ସୁବର୍ଣ୍ଣପୁର- ନାରାୟଣ ଜେନା ଓ ସୁବ୍ରତ ମହାପାତ୍ର ଏବଂ ସୁନ୍ଦରଗଡ଼ ଜିଲ୍ଲା ନିମନ୍ତେ ସଂଗ୍ରାମ ମିଶ୍ର ଓ ପ୍ରିୟଜିତ ରାୟ ଏବଂ ପ୍ରଦୀପ ମହାପାତ୍ରଙ୍କୁ ଶ୍ରୀ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି ।
ସେହିପରି ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସଙ୍କୁ ଅଫିସ ପ୍ରୋଟୋକଲ, ସାଧାରଣ ସଂପାଦିକା ମମତା ମାଢ଼ୀ ଓ ସଂପାଦିକା ଅର୍ଚ୍ଚନା ନନ୍ଦିଙ୍କୁ ମହିଳା କଂଗ୍ରେସ ଦାୟିତ୍ୱ ଦିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ଉପସଭାପତି ଯଜେ୍ଞଶ୍ୱର ବାବୁ ଜଣାଇଛନ୍ତି ।
Powered by Froala Editor